ମୁମ୍ବାଇ: ବାହା ହେବେ ଆଦିତ୍ୟ ନାରାୟଣ। ଏନେଇ ସେ ସୋଶାଲ୍ ମିଡିଆରେ ଘୋଷଣା କରିଛନ୍ତି। ଡିସେମ୍ବର ମାସରେ ସେ ବାହା ହେବେ। ତାଙ୍କ ଭାବିପତ୍ନୀଙ୍କ ନାଁ ଶ୍ୱେତା ଅଗ୍ରୱାଲ୍।
ଆଦିତ୍ୟ ଗତକାଲି ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ନିଜ ବିବାହ ବିଷୟରେ ଘୋଷଣା କରିଥିବା ବେଳେ ଏଥିରେ ଶ୍ୱେତାଙ୍କ ସହିତ ତାଙ୍କର ଏକ ସୁନ୍ଦର ଫଟୋ ଶେଆର କରିଛନ୍ତି। ତେବେ ଆସନ୍ତା ମାସରେ କେଉଁ ତାରିଖରେ ବାହାଘର ହେବ, ସେ ସଂପର୍କରେ ଆଦିତ୍ୟ କିଛି ଉଲ୍ଲେଖ କରି ନାହାନ୍ତି।
ବିବାହ ବିଷୟରେ ଘୋଷଣା କରି ଆଦିତ୍ୟ ଲେଖିଛନ୍ତି ଯେ ଶ୍ୱେତାଙ୍କୁ ପାଇ ସେ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଛନ୍ତି। ୧୧ ବର୍ଷ ତଳେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ଭେଟ ହୋଇଥିଲା। ଶ୍ୱେତା ଓ ସେ ବ୍ୟକ୍ତିଗତ ଜୀବନକୁ ନେଇ ବାହାରେ ଖୋଲାଖୋଲି ଆଲୋଚନା କରିବାକୁ ଭଲ ପାଆନ୍ତି ନାହିଁ।
ବାହାଘର ଥିବାରୁ ପ୍ରସ୍ତୁତି ପାଇଁ ଏବେ ସୋଶାଲ୍ ମିଡିଆରୁ ବ୍ରେକ୍ ନେବା କଥା ବି ଆଦିତ୍ୟ ଏଥିରେ ଉଲ୍ଲେଖ କରିଛନ୍ତି। ଆଦିତ୍ୟଙ୍କ ଏହି ପୋଷ୍ଟ ପରେ ତାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି।
ସୂଚନାଯୋଗ୍ୟ, ବେଶ୍ କିଛି ମାସ ହେଲାଣି ଆଦିତ୍ୟଙ୍କ ବାହାଘରକୁ ନେଇ ଖୁବ୍ ଆଲୋଚନା ଚାଲିଥିଲା। ଏପରିକି ସେ ଗାୟିକା ନେହା କକ୍କରଙ୍କୁ ବାହା ହେବେ ବୋଲି ମଝିରେ ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ତାହା କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା ବୋଲି ପରେ ଜଣାପଡ଼ିଥିଲା। ଇତି ମଧ୍ୟରେ ନେହାଙ୍କର ବିବାହ ହୋଇସାରିଛି।
The post ଡିସେମ୍ବରରେ ବାହା ହେବେ ଆଦିତ୍ୟ, ଶେଆର କଲେ ଫଟୋ appeared first on Odisha Reporter.
from Odisha Reporter https://ift.tt/361Civl
No comments:
Post a Comment