ନୂଆଦିଲ୍ଲୀ: ନିକଟରେ ଅନେକ ରାଜ୍ୟ ସିବିଆଇ ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅର୍ଥାତ୍ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ପଶି ତଦନ୍ତ କରିପାରିବନି। ତଦନ୍ତ କରିବାକୁ ହେଲେ ପ୍ରଥମେ ସିବିଆଇକୁ ରାଜ୍ୟର ଅନୁମତି ନେବାକୁ ହେବ। କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ କଂଗ୍ରେସ ଶାସିତ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏହାରି ଭିତରେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସଂପୃକ୍ତ ରାଜ୍ୟ ତଦନ୍ତ ଅନୁମତି ନଦେଲେ ସିବିଆଇ ସେହି ରାଜ୍ୟ ଉପରେ ତଦନ୍ତ ନେଇ ନିଜ ଅଧିକାର ଜାହିର କରିପାରିବ ନାହିଁ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ମଙ୍ଗଳବାର ଦୋହରାଇଛନ୍ତି ଯେ ସଂପୃକ୍ତ ରାଜ୍ୟ ମଧ୍ୟ ଏଥିରେ ସହମତି ନହେଲେ ସିବିଆଇ ତଦନ୍ତ ପାଇଁ ଅଧିକାର ଜାହିର କରିପାରିବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି ବୋଲି କୋର୍ଟ କହିଛନ୍ତି।
ଏହି ଧାରା ୬ ଅନୁଯାୟୀ କେନ୍ଦ୍ରକୁ ସଂପୃକ୍ତ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କୌଣସି ରାଜ୍ୟ ଅଧୀନରେ ଥିବା ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏହାପରେ ବି ଏକ ସାଧାରଣ ସହମତି ହେବା ଦରକାର ବୋଲି ନିୟମ ରହିଛି। ଏହାବାଦ୍ ସିବିଆଇ ଏକ ନିର୍ଦ୍ଦିଷ୍ଟ ମାମଲା ପାଇଁ ରାଜ୍ୟ ସରକାରଙ୍କର ନିର୍ଦ୍ଦିଷ୍ଟ ସମ୍ମତି ମାଗିପାରେ।
ସିବିଆଇ ତଦନ୍ତ ପାଇଁ ସରକାର ସହିତ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ ବୋଲି କୁହାଯାଇଛି। ଏହି ସମୟରେ ସହମତି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରିବ ବୋଲି କୁହାଯାଇଛି। ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ବି.ଆର ଗାଭାଇଙ୍କ ଖଣ୍ଡପୀଠ ଏହା କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆଇନର ୫ ଧାରା ଅନୁସାରେ କେନ୍ଦ୍ର ସରକାର ଏହି ଆଇନର କାର୍ଯ୍ୟକାରିତାକୁ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ରାଜ୍ୟଗୁଡ଼ିକୁ ସଂପ୍ରସାରିତ କରିଥିଲେ ବି ୬ ଧାରା ଅନୁସାରେ ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଆବଶ୍ୟକ।
The post ରାଜ୍ୟର ବିନା ସହମତିରେ ସିବିଆଇ ତଦନ୍ତ କରିପାରିବନି appeared first on Odisha Reporter.
from Odisha Reporter https://ift.tt/2HajKk3
No comments:
Post a Comment