ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି

ଭୋପାଳ : ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ୧୬ ବର୍ଷର ଯୁବକ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥା’ନ୍ତି। ଏହି ଖବର ପଢ଼ିବା ପରେ ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ। ହେଲେ କଥାଟି ସତ। ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। କୁହାଯାଉଛି ଯୁବକ ଜଣକ କୌଣସି ବଡ଼ ରୋଗର ଶିକାର ହୋଇଛନ୍ତି। ପୁଅର ଏପରି ଅବସ୍ଥା ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି।

ଏହି ୧୬ ବର୍ଷର ଯୁବକ ଜଣକ ହେଉଛନ୍ତି ଆଶିଷ ଚାନ୍ଦିଲ। ଆଶିଷଙ୍କ ପିତା ମନୋଜ ଚାନ୍ଦିଲ ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା କରାଇପାରୁନାହାନ୍ତି। ଆଶିଷ ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି। ଏହାର କାରଣ ଜାଣିବା ପାଇଁ ପରିବାର ଲୋକେ ଡ଼ାକ୍ତରଙ୍କ ପରାମର୍ଶ ମଧ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ରୋଗର କାରଣ ଜଣାପଡ଼ିନାହିଁ।

ଆଶିଷ ଦିନକୁ ୧୮ରୁ ୨୦ ପଟ ରୁଟି ସହିତ ଭଜା ଓ ତରକାରୀ ଖାଉଥିଲେ ମଧ୍ୟ ତାଙ୍କ ପେଟରେ କୌଣସି ସମସ୍ୟା ହେଉନାହିଁ। ସାଧାରଣ ପିଲାଙ୍କ ସେ ମଧ୍ୟ ଜୀବନଯାପନ କରୁଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ହିଁ ଏହି ଅଜଣା ରୋଗର କାରଣ ସ୍ପଷ୍ଟ ହୋଇପାରିବ।

The post ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି appeared first on Odisha Reporter.



from Odisha Reporter https://ift.tt/3fmrEn3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages