ଆଜି ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଆଜି ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧିରେ ଧିରେ ଶୀତ ବଢ଼ୁଥିବା ବେଳେ ଆଜି ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ଚାଦର ଢାଙ୍କିଥିବା ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, ଦୂର ରାସ୍ତା ଦେଖିବା ସମ୍ଭବପର ହେଉ ନ ଥିଲା । ଏଥିଯୋଗୁ ଜାତୀୟ ରାଜପଥରେ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି ।

ଖାଲି ଟ୍ୱିନ୍ ସିଟି ନୁହେଁ ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସମାନ ଭାବେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏପରି କୁହୁଡ଼ି ଆସନ୍ତାକାଲି ବି ଦେଖାଯାଇପାରେ । ଅପରପକ୍ଷେ ୨୦, ୨୧ ତାରିଖରେ ସାମାନ୍ୟ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଦିନରେ ତାପମାତ୍ରା ସାମାନ୍ୟ ଅଧିକା ରହିବା ଯୋଗୁ  କୁହୁଡ଼ିର ପରିମାଣ ବଢ଼ୁଥିବା ଆକଳନ କରାଯାଇଛି।    ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଶୀତ ବଢିବାରେ ଲାଗିଛି ।

ଗତକାଲି  କୋରାପୁଟରେ ସର୍ବନିମ୍ନ ତାପାମାତ୍ରା ୧୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି  । ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ରହିଥିବା ବେଳେ ସୋନପୁର ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ଥିଲା ।

The post ଆଜି ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ appeared first on Odisha Reporter.



from Odisha Reporter https://ift.tt/35Hee1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages