ସାମଗ୍ରୀ: ଚାଉଳ,ହରଡ଼ ଡାଲି,ହଳଦୀ ଗୁଣ୍ଡ,ସୋରିଷ,ମୁଗ ଡାଲି,ମେଥି,ପିଆଜ,ବିଲାତି,ଅଦା ଓ ରସୁଣ ପେଷ୍ଟ, ତେନ୍ତୁଳି ରସ,ତେଲ,ଘିଅ,ଲୁଣ ସ୍ୱାଦନୁସାରେ,ଭୁର୍ସୁଙ୍ଗ ପତ୍ର, ଧନିଆ ପତ୍ର
ଗ୍ରାଇଣ୍ଡିଙ୍ଗ୍ ପାଇଁ-
ଶୁଖିଲା ଲଙ୍କା ଗୁ,, ପାନମହୁରୀ,ଜିରା, ପିଆଜ ବଟା, ନଡ଼ିଆ କୋରା ରସ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଶୁଖିଲା ଲଙ୍କା, ପାନମହୁରୀ, ଜିରା, ପିଆଜ ଓ ନଡ଼ିଆ କୋରା ଭଲଭାବରେ ଗ୍ରାଇଣ୍ଡିଙ୍ଗ୍ କରିନିଅନ୍ତୁ । ଚାଉଳ, ଡାଲି ଓ ମେଥିକୁ ଭଲଭାବରେ ଅଲଗା ଅଲଗା କରି ପାଣି ରେ ୧ ଘଣ୍ଟା ଯାଏ ଭିଜେଇ ରଖନ୍ତୁ । ପ୍ରେସରକୁକର୍ରେ ୨ କପ୍ ପାଣି ନେଇ ହଳଦୀ ଗୁଣ୍ଡ, ଡାଲି ଓ ମେଥିକୁ ଗୋଟିଏ ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ ।
ଏହାପରେ ୩ କପ୍ ପାଣି ଦେଇ ଚାଉଳ ଢାଳି ଦୁଇଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ପରେ ତେନ୍ତୁଳି ରସ, ଲୁଣ ଓ ଗ୍ରାଇଣ୍ଡିଙ୍ଗ୍ ହୋଇଥିବା ପେଷ୍ଟ ପକାଇ ୪ଟି ହୁଇସିଲ୍ ମାରିବା ଯାଏ ରାନ୍ଧନ୍ତୁ । ଏକ ପ୍ୟାନରେ ଘିଅ ଗରମ କରି କଟା ପିଆଜ, ବିଲାତି ଓ ଅଦା-ରସୁଣ ପେଷ୍ଟ ଭଲ ଭାବରେ ଭାଜନ୍ତୁ । ଆଉ ଏକ ପ୍ୟାନରେ ତେଲ ଗରମ କରି ସୋରିଷ, ଭୁର୍ସୁଙ୍ଗ ପତ୍ର ଓ ମୁଗ ଡାଲିକୁ ଭଲ ଭାବରେ ଭାଜନ୍ତୁ ।
ପରେ ସମସ୍ତ ଭଜା ହୋଇଥିବା ସାମଗ୍ରୀକୁ ନେଇ ଭଲ ଭାବରେ ରନ୍ଧା ହୋଇଥିବା ଚାଉଳ ଓ ଡାଲି ରେ ମିଶାଇ ଦିଅନ୍ତୁ । ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ସଜାଇ ଗରମା ଗରମ ପରସନ୍ତୁ।
The post ଡାଲ୍ ରାଇସ୍ appeared first on Odisha Reporter.
from Odisha Reporter https://ift.tt/32u38eK
No comments:
Post a Comment