ଜାଣନ୍ତୁ ‘ପୋପାଏ’ କାହିଁକି ଖାଉଥିଲା ପାଳଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

ଜାଣନ୍ତୁ ‘ପୋପାଏ’ କାହିଁକି ଖାଉଥିଲା ପାଳଙ୍ଗ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ତଥା ଶାଗ ଖାଇବା ନିହାତି ଆବଶ୍ୟକ। ବିଶେଷ କରି ପାଳଙ୍ଗକୁ ସୁପରଫୁଡ୍ ମଧ୍ୟ କୁହାଯାଏ। ଏଥିରେ କମ୍ କ୍ୟାଲୋରୀ ଥିବାବେଳେ ପୋଷକ ତତ୍ୱ ଭରପୂର ରହିଛି। ପାଳଙ୍ଗରେ କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ରହିଛି। ଏଣୁ ଏହା ତ୍ୱଚା, କେଶ ଏବଂ ହାଡ଼ ପାଇଁ ଖୁବ୍ ଉପକାରୀ। ଏହାଛଡ଼ା ଅନେକ ପ୍ରକାର ଗମ୍ଭୀର ସମସ୍ୟାକୁ ମଧ୍ୟ ପାଳଙ୍ଗ ଖାଇ ନିୟନ୍ତ୍ରିତ କରିହେବ। ତେବେ ଆସନ୍ତୁ ପାଳଙ୍ଗ ଖାଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ…

 

ଇମ୍ୟୁନିଟି ବୃଦ୍ଧି– ପାଳଙ୍ଗରେ ଭିଟାମିନ୍-ଏ ରହିଛି, ଯାହା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏବଂ ଶରୀରରେ କଫ ଜମିବାକୁ ଦିଏ ନାହିଁ। ପ୍ରତ୍ୟହ ଏକ କପ୍ ପାଳଙ୍ଗ ଖାଇବା ଦ୍ୱାରା ଇମ୍ୟୁନିଟି ମଜବୁତ୍ ହେବା ସହ ଦିନ ତମାମ ଶରୀର ଆକ୍ଟିଭ୍ ରହିଥାଏ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ- ପାଳଙ୍ଗରେ ପ୍ରଚୁର ପରିମାଣରେ ପୋଟାସିୟମ୍ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଣୁ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀମାନେ ପାଳଙ୍ଗ ନିଶ୍ଚୟ ଖାଆନ୍ତୁ। ପୋଟାସିୟମ୍ ଶରୀରରୁ ସୋଡିୟମର ମାତ୍ରା କମାଇଥାଏ। ଏଣୁ ଏ ଦିଗରେ ପାଳଙ୍ଗ ଖାଇବା ବେଶ୍ ଉପକାରୀ।

କ୍ୟାନସରକୁ ରୋକିଥାଏ- ପାଳଙ୍ଗରେ ଅଧିକ ମାତ୍ରାରେ ଜ୍ୟାକ୍ସୋଥିନ ଏବଂ କ୍ୟାରିଟିନୋଏଡ୍ ରହିଛି, ଯାହା ଶରୀରରୁ ଫ୍ରି-ରାଡିକଲସ୍ ବାହାର କରିଥାଏ। ଏହି ଫ୍ରି-ରାଡିକଲସ୍ ଶରୀରରେ ରହି କ୍ୟାନସର ଭଳି ସାଂଘାତିକ ବ୍ୟାଧିକୁ ଜନ୍ମଦେଇଥାଏ। ଏହି କାରଣରୁ ପାଳଙ୍ଗ ଖାଇଲେ ଏଭଳି ରୋଗ ବ୍ୟାଧିରୁ ନିଜକୁ ନିଶ୍ଚୟ ରକ୍ଷା କରିହେବ।

ହାଡ଼କୁ ମଜବୁତ୍ କରେ- ପାଳଙ୍ଗରେ ଭିଟାମିନ୍-କେ ରହିଛି, ଯାହା ହାଡ଼ ପାଇଁ ବେଶ୍ ଉପକାରୀ। ଏକ କପ୍ ପାଳଙ୍ଗରେ 250 ମିଲିଗ୍ରାମ୍ କ୍ୟାଲସିୟମ୍ ରହିଥାଏ, ଯାହା ଦାନ୍ତ ତଥା ହାଡ଼କୁ ମଜବୁତ କରିବାକୁ ଯଥେଷ୍ଟ। ପାଳଙ୍ଗ ଖାଇଲେ ହାଡ଼ ମଜବୁତ ହେବା ସହ ହାଡ଼ ଭାଙ୍ଗିବାର ଆଶଙ୍କା କମ୍ ରୁହେ।

ଆଖି ପାଇଁ ଲାଭଦାୟକ- ପାଳଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଖି ପାଇଁ ଖୁବ୍ ଉପକାରୀ। ଏହା ମୋତିଆବିନ୍ଦୁ ତଥା ଅନ୍ୟ ଗମ୍ଭୀର ସମସ୍ୟାରୁ ଆଖିକୁ ରକ୍ଷା କରିଥାଏ। ପାଳଙ୍ଗରେ ଥିବା ଭିଟାମିନ୍-ଏ ଆଖିରେ ଝାଲିର ଯତ୍ନ ନିଏ। ଫଳରେ ଆଖିର ଆଲୋକ ବଜାୟ ରହେ।

ଓଜନ କମାଏ- ଯଦି ଆପଣ ବଢ଼ୁଥିବା ଓଜନକୁ ନେଇ ଚିନ୍ତିତ ଆଉ ଏକ ସୁପରଫୁଡର ସନ୍ଧାନ କରୁଛନ୍ତି। ତା’ହେଲେ ପାଳଙ୍ଗ ଆପଣଙ୍କ ଖୁବ୍ କାମରେ ଆସିବ। ନିଜ ଖାଦ୍ୟ ତାଲିକାରେ ପାଳଙ୍ଗକୁ ସାମିଲ କରନ୍ତୁ। ପାଳଙ୍ଗରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବା ବେଳେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ପ୍ରତ୍ୟେହ ପାଳଙ୍ଗ ଖାଇଲେ ପେଟ ପୁରିଲା ପୁରିଲା ରହେ ଏବଂ ଜଲଦି ଭୋକ ଲାଗେ ନାହିଁ। ଆଉ ଓଜନ ବି ନିୟନ୍ତ୍ରଣରେ ରହେ।

ଶରୀରକୁ ଆରାମ ଦିଏ- ପାଳଙ୍ଗ ମସ୍ତିଷ୍କକୁ ଶାନ୍ତ ରଖେ ଏବଂ ଚିନ୍ତାମୁକ୍ତ ରହିବାରେ ସାହାଯ୍ୟ କରେ। ଏଥିରେ ପ୍ରଚୁର ଜିଙ୍କ୍ ଏବଂ ମ୍ୟାଗ୍ନେସିୟମ ରହିଛି, ଯାହା ଅନେକ ପ୍ରକାର ମାନସିକ ରୋଗର ପ୍ରତିକାର କରିପାରେ। ପ୍ରତିଦିନ ପାଳଙ୍ଗ ଖାଇଲେ ଶରୀରକୁ ଆରାମ ମିଳିବା ସହ ଭଲ ନିଦ ହୋଇଥାଏ।

ହୃଦରୋଗରୁ ରକ୍ଷା କରେ- ଧମନୀରେ ଚର୍ବି ଜମାହୋଇଗଲେ ଷ୍ଟ୍ରୋକ୍ ଏବଂ ଆଥେରୋସକ୍ଲେରୋସିସ୍ ଆଶଙ୍କା ବଢ଼ିଥାଏ। ପାଳଙ୍ଗରେ ଥିବା ଲ୍ୟୁଟିନ୍ ଧମନୀକୁ ମୋଟା ହେବାକୁ ରକ୍ଷା କରିଥାଏ। ଫଳରେ ହୃଦରୋଗ ଆଶଙ୍କା କମିଯାଏ।

ବ୍ରଣ ହୁଏନାହିଁ- ପାଳଙ୍ଗ ତ୍ୱଚା ପାଇଁ ଖୁବ୍ ଉପକାରୀ। ତ୍ୱଚାରେ ହେଉଥିବା ବ୍ରଣକୁ ରୋକିବା ସହ ଏହାର ଚମକକୁ ବଢ଼ାଇଥାଏ। ପାଳଙ୍ଗ ଶରୀରର ଦରଜ ମଧ୍ୟ କମ୍ କରିଥାଏ। କେବଳ ପାଳଙ୍ଗ ଖାଇଲେ ନୁହେଁ, ଫେସପ୍ୟାକ୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ପାଳଙ୍ଗକୁ ପେଷ୍ଟ କରି ଏହାକୁ ଚେହେରାରେ ମାସ୍କ ଭଳି ଲଗାନ୍ତୁ। 20 ମିନିଟ୍ ପରେ ମୁହଁକୁ ଧୋଇଦିଅନ୍ତୁ। ଦେଖିବେ ତ୍ୱଚାର ଚମକ ବଢ଼ିବା ସହ ବ୍ରଣ ଏବଂ କଳାଦାଗ ଦୂର ହୋଇଯିବ।

ପାଳଙ୍ଗର ଏଭଳି ଗୁଣବତ୍ତା ପାଇଁ ଲୋକପ୍ରିୟ ଆମେରିକାନ କାର୍ଟୁନ୍ କ୍ୟାରେକ୍ଟର ‘ପୋପାଏ: ଦି ସେଲର୍ ମ୍ୟାନ୍’ ଏହାକୁ ଖୁବ୍ ଖାଉଥିଲା। ସମ୍ପୂର୍ଣ୍ଣ କାର୍ଟୁନ୍ ସିରିଜରେ ପାଳଙ୍ଗର ମହତ୍ୱକୁ ପ୍ରଦର୍ଶିତ କରାଯାଇଛି, ଯଦ୍ଦ୍ୱାରା ପିଲାମାନେ ପାଳଙ୍ଗ ଖାଇବା ପ୍ରତି ଆକୃଷ୍ଟ ହେବେ। କୌଣସି ବଡ଼ କାମ କରିବାକୁ ଶରୀରର ଶକ୍ତି ବା ଉର୍ଜା ଆବଶ୍ୟକ। ପାଳଙ୍ଗ ଖାଇ ପୋପାଏ ନାବିକ ଶକ୍ତିଶାଳୀ ହୋଇ ଉଠୁଥିଲା ଆଉ ଭଲକାମ କରି ସମସ୍ତଙ୍କ ପ୍ରଶଂସା ସାଉଁଟୁଥିଲା। ସମ୍ପୂର୍ଣ୍ଣ କାର୍ଟୁନ୍ ସିରିଜରେ ପୋପାଏର ଶକ୍ତିର ସିକ୍ରେଟ୍ ପାଳଙ୍ଗ ବୋଲି ଦେଖିବାକୁ ମିଳିଥିଲା। ତା’ହେଲେ ଆପଣମାନେ ବି ପାଳଙ୍ଗକୁ ନିଜ ଖାଦ୍ୟରେ ସାମିଲ କରି ଏକ ସୁସ୍ଥ ଜୀବନଶୈଳୀକୁ ଆପଣାନ୍ତୁ।

The post ଜାଣନ୍ତୁ ‘ପୋପାଏ’ କାହିଁକି ଖାଉଥିଲା ପାଳଙ୍ଗ appeared first on Odisha Reporter.



from Odisha Reporter https://ift.tt/2HuauYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages