ବିହାରରେ ଭୋଟ ଗଣତି ; ମୋଦି-ନିତିଶ ଯୋଡ଼ି ସହ ତେଜସ୍ୱୀଙ୍କ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ବିହାରରେ ଭୋଟ ଗଣତି ; ମୋଦି-ନିତିଶ ଯୋଡ଼ି ସହ ତେଜସ୍ୱୀଙ୍କ ଲଢ଼େଇ

ପାଟନା : ବିହାରର ୨୪୩ ବିଧାନସଭା ଲାଗି ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି।  ହେଲେ ହାତୀ କାହା ମୁଣ୍ଡରେ କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ। ଏଥରର ବିହାରର ନିର୍ବାଚନୀ ଫଳାଫଳ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। କାରଣ ଏଥର ମୋଦି-ନିତିଶ ଯୋଡ଼ିଙ୍କ ଲଢ଼େଇ ସିଧାସଳଖ ଆରଡେଜି ନେତା ତେଜସ୍ୱୀଙ୍କ ସହ ହେଉଛି।

ଏକଜିଟ୍ ପୋଲ୍ ଅନୁସାରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧିନ ମହାମେଣ୍ଟକୁ ବହୁମତ ମିଳୁଛି । ସେପଟେ ଜେଡିୟୁର କହିବା କଥା ଯେ, ଏକଜିଟ୍ ପୋଲ୍ ଅନେକ ଥର ଭୁଲ୍ ପ୍ରମାଣିତ ହୋଇଛି । ଏପରି ନ ହେଉ କି ମହାମେଣ୍ଟର ନେତା ନିର୍ବାଚନ ହାରିବା ପରେ ଇଭିଏମ୍ ଉପରେ ଦୋଷ ଲଦିବେ ବୋଲି ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ।

ଭୋଟ୍ ଗଣତି ପରେ ବିଧାୟକଙ୍କୁ ଏକଜୁଟ୍ କରିବା ଓ ବିରୋଧିଙ୍କ ଦ୍ୱାରା ଘୋଡ଼ାବେପାର ଆଶଙ୍କାକୁ ନେଇ କଂଗ୍ରେସ ତତ୍ପରତା ଦେଖାଇଛି।  ଗୋଆ ଓ ମଣିପୁର ଭଳି ପରିସ୍ଥିତି ଯେପରି ନ ଉପୁଜେ, ସେଥିଲାଗି ଦଳ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।

ଦୁଇ ବରିଷ୍ଠ ନେତା ରଣଦୀପ ସୂଜେର୍ଓାଲା ଓ ଅବିନାଶ ପାଣ୍ଡେଙ୍କୁ ଅବଜରଭର ଭାବେ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି ପାଟନା ପଠାଇଛନ୍ତି । ପାଟନାରେ ପହଞ୍ଚିବା ପରେ ଦୁଇ ନେତା ନିଜ  କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି।

ତେବେ ବିହାରରେ ଘୋଡ଼ାବେପାର ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି କଂଗ୍ରେସ ପର୍ଯ୍ୟବେକ୍ଷକ ଅବିନାଶ ପାଣ୍ଡେ କହିଛନ୍ତି । ମହାମେଣ୍ଟର ନେତା ନିଜର ସମ୍ବେଦନଶୀଳତା ବୁଝିଥିବାରୁ ଏଭଳି ଉପୁଜିବ ନାହିଁ ବୋଲି ଅବିନାଶ କହିଛନ୍ତି ।

The post ବିହାରରେ ଭୋଟ ଗଣତି ; ମୋଦି-ନିତିଶ ଯୋଡ଼ି ସହ ତେଜସ୍ୱୀଙ୍କ ଲଢ଼େଇ appeared first on Odisha Reporter.



from Odisha Reporter https://ift.tt/3eIXw4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages