ଫେବୃଆରୀ ପୂର୍ବରୁ ମିଳିବେନି କଂଗ୍ରେସର ନୂଆ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

ଫେବୃଆରୀ ପୂର୍ବରୁ ମିଳିବେନି କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ସଙ୍କଟକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ନୂଆ ଖବର ସାମ୍ନାକୁ ଆସିଛି। ୨୦୧୯ ନିର୍ବାଚନ ପରଠାରୁ ଦଳର ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଅଧ୍ୟକ୍ଷ ପଦ ପାଇଁ ବାରମ୍ବାର ମାନସ ମନ୍ଥନ ହେଉଥିଲେ ହେଁ କିଏ ଏହି ମଙ୍ଗ ସମ୍ଭାଳିବ, ତାହା ସ୍ଥିର ହୋଇପାରୁ ନାହିଁ।

ପରବର୍ତ୍ତୀ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ କଂଗ୍ରେସର ଅନ୍ତରୀଣ ମୁଖ୍ୟ ଭାବେ ସୋନିଆ ଗାନ୍ଧି କାର୍ଯ୍ୟ କରୁଛନ୍ତି। କୁହାଯାଉଥିଲା, ଚଳିତ ବର୍ଷ ଶେଷ ହେବା ପୂର୍ବରୁ କଂଗ୍ରେସର ନୂଆ ଅଧ୍ୟକ୍ଷକୁ ନିଯୁକ୍ତ ହେବେ। ହେଲେ ଏବେ ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ପୂର୍ବରୁ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ବହୁତ କମ।

ସୂଚନା ଅନୁସାରେ, ଦଳର କେନ୍ଦ୍ରୀୟ ନିର୍ବାଚନ ଅଥୋରିଟି(ସିଇଏ) ଏଯାଏ କଂଗ୍ରେସ ନେତାଙ୍କ ଭୋଟର ଲିଷ୍ଟ ପ୍ରସ୍ତୁତ କରିନାହିଁ। ଆସନ୍ତା ୨୦ରୁ ୨୫ ଦିନ ମଧ୍ୟରେ ଭୋଟର ଲିଷ୍ଟ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। କଂଗ୍ରେସ ୱାର୍କିଂ କମିଟି ମଧ୍ୟ ଏହା ଉପରେ ମୋହର ମାରିବ ବୋଲି ସିଇଏର ମୁଖ୍ୟ ମଧୁସୂଧନ ମିସ୍ତ୍ରୀ ସୂଚନା ଦେଇଛନ୍ତି।

ବିହାର ନିର୍ବାଚନ ପରେ ସାଂଗଠନିକ ଦକ୍ଷତା ନେଇ ଦଳର ନେତାମାନେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଦଳର ବରିଷ୍ଠ ନେତାଙ୍କ ସହ ସିଇଏ ଅଧ୍ୟକ୍ଷ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଏଆଇସିସିରେ ୧୫ଶହରୁ ଅଧିକ ସଦସ୍ୟ ରହିଛନ୍ତି। ସେମାନଙ୍କର ଭୋଟର ଲିଷ୍ଟ ପ୍ରସ୍ତୁତ ଚାଲିଛି। ଭୋଟର ଲିଷ୍ଟ ପ୍ରସ୍ତୁତ ହେବା ପରେ ଏହାକୁ ଦଳର ହାଇକମାଣ୍ଡଙ୍କ ପାଖକୁ ପଠାଯିବ। ସେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ସମସ୍ତ ଭୋଟରଙ୍କ ପାଇଁ ଡିଜିଟାଲ ପରିଚୟପତ୍ର ତିଆରି କରାଯାଉଛି। ଏଥିରେ ସେମାନଙ୍କ ଫଟୋ ମଧ୍ୟ ରହିବ। ପୂର୍ବଭଳି ଅଧ୍ୟକ୍ଷ ପଦ ପାଇଁ ଗୁପ୍ତ ବାଲଟ ପେପରରେ ହିଁ ଭୋଟିଂ ହେବ। ଏଥିପାଇଁ କିଛି ସମୟ ଲାଗିବ। ତେଣୁ ଫେବୃଆରୀ ପୂର୍ବରୁ ଅଧ୍ୟକ୍ଷ ଓ ସିଡବ୍ଲ୍ୟୁସି ପାଇଁ କୌଣସି ପ୍ରକାରର ନିର୍ବାଚନ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ଶେଷଥର ୨୦୦୧ରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ସୋନିଆ ଗାନ୍ଧି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜିତେନ୍ଦ୍ର ପ୍ରସାଦଙ୍କୁ ପରାସ୍ତ କରିଥିଲେ।

The post ଫେବୃଆରୀ ପୂର୍ବରୁ ମିଳିବେନି କଂଗ୍ରେସର ନୂଆ ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/378T3oL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages