ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ସ୍ୱାମୀଙ୍କ ସହ ବାଇକ୍ରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। । ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟ୍ର ଶିକାର ହୋଇଥିବା ଦମ୍ପତି ।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପୋଷ୍ଟାଲ କଲୋନୀର ସୀତାରାମ ଭୂୟାଁ ପତ୍ନୀଙ୍କ ସହ ଦୁଇ ନମ୍ବର ମାର୍କେଟରୁ ଫେରୁଥିଲେ। ସେମାନେ ସ୍କୁଟିରେ ଆସୁଥିବା ବେଳେ ଲୁଟେରା ବାଇକ୍ରେ ସେମାନଙ୍କ ପିଛା କରିଥିଲା। ଏହାପରେ ସୁଯୋଗ ଦେଖି ସୀତାରାମଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏହାପରେ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଥିବା ସୀତାରାମ ।
ସନ୍ଧ୍ୟା ସମୟରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଏଭଳି ଛିନତାଇ ଘଟଣା କମିଶନରେଟ୍ ପୁଲିସ୍ ପ୍ରତି ଚ୍ୟାଲେଞ୍ଜ୍ ହୋଇଛି । ସେପଟେ ଏ ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନି ।
The post ମାର୍କେଟରୁ ଫେରୁଥିଲେ ମହିଳା, ଚେନ ଝାମ୍ପି ନେଲା ଲୁଟେରା appeared first on Odisha Reporter.
from Odisha Reporter https://ift.tt/2IyBgPa
No comments:
Post a Comment