ବିହାର ବିଧାନସଭା ନିର୍ବାଚନ: ଜେଡିୟୁର ଖରାପ ପ୍ରଦର୍ଶନ ସହ ଆଗରେ ଏନଡିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ବିହାର ବିଧାନସଭା ନିର୍ବାଚନ: ଜେଡିୟୁର ଖରାପ ପ୍ରଦର୍ଶନ ସହ ଆଗରେ ଏନଡିଏ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣନା ଚାଲିଛି ଏବଂ ଦିନ ଏଗାରଟା ସୁଦ୍ଧା ଏନଡିଏ ଆଗରେ ରହିଛି। ମହାମେଣ୍ଟ ପଛେଇ ଯାଇଛି। ମହାମେଣ୍ଟରେ ଆରଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ରହିଛି। ଏହା ସହ ବିଜେପି ଏନଡିଏରେ ଭଲ ପ୍ରଦର୍ଶନ କରୁଛି। ତେବେ ଜେଡିୟୁ ପୂର୍ବପରି ଭଲ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିିଳିଛି।

ଏପର୍ଯ୍ୟନ୍ତ ବିହାରରେ ୨୧୮ଟି ଆସନର ଟ୍ରେଣ୍ଡ ଆସିଛି। ଏନଡିଏ ୧୨୬ଟି ଆସନରେ ମହାମେଣ୍ଟ ୧୦୦ଟି ଆସନରେ ଆଗରେ ରହିଛି। ଏହା ସହିତ ବାମ ଦଳ ମଧ୍ୟ କିଛି ସ୍ଥାନରେ ଆଗରେ ରହିଛି। ସରକାର ଗଢ଼ିବାକୁ ହେଲେ ମେଣ୍ଟ ଦଳକୁ ସର୍ବନିମ୍ନ ୧୨୨ଟି ଆସନରେ ବିଜୟୀ ହେବାକୁ ହେବ।

କୋଭିଡ କଟକଣା ଭିତରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ଥିଲା। ପଛରେ ଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ସକାଳ ୧୦ଟା ସୁଦ୍ଧା ଏନଡିଏ ୧୦୮ଟି ଆସନରେ ଆଗୁଆ ଥିବା ବେଳେ ମହାମେଣ୍ଟ ୧୦୮, ଏଲଜେପି ୭ ଏବଂ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ଥିଲା। ବହୁମତ ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।

The post ବିହାର ବିଧାନସଭା ନିର୍ବାଚନ: ଜେଡିୟୁର ଖରାପ ପ୍ରଦର୍ଶନ ସହ ଆଗରେ ଏନଡିଏ appeared first on Odisha Reporter.



from Odisha Reporter https://ift.tt/36kJzqn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages