୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗତକାଲି ଗିରଫ ପରେ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦିନ ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଇଓଡବ୍ଲ୍ୟୁର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା ଇଓଡବ୍ଲ୍ୟୁ। ତାଙ୍କ ବିରୋଧରେ ୪୨୦, ୪୨୩, ୪୬୭, ୪୬୮ ଓ ୪୭୧ ଭଳି ଦଫା ଲଗାଯାଇଛି । ଏଥିସହ 120 B ର ସେକ୍ସନ 3 (1) (G, Q) SC/ST ଆଇନରେ ସିଏଫ୍ଓଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର EOW ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା।

ସୂଚନାଯୋଗ୍ୟ, ବିନା ନୋଟିସରେ ଗତକାଲି କ୍ରାଇମବ୍ରାଞ୍ଚ ମନୋରଞ୍ଜନଙ୍କୁ ଉଠାଇ ନେଇଥିବା ବେଳେ  ଏ ସଂକ୍ରାନ୍ତରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଯାଇ ନ ଥିଲା। ଅପରାହ୍ନରେ କ୍ୟାପିଟାଲ୍‌ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଥିଲା। ଏହାସହ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆବେଦନ କରିଥିବା ବେଳେ କୋର୍ଟ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।

The post ୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ appeared first on Odisha Reporter.



from Odisha Reporter https://ift.tt/35Wa59i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages