ଦେବଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳି ଯାଇଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ଆତ୍ମସ୍ୱାଭିମାନରେ ବଞ୍ଚିବାର ବାଟ ଦେଖାଇଛି।
ସଡ଼ୋ ପଞ୍ଚାୟର ପ୍ରାୟ ଶହେ ପରିବାର ୨ଶହ ଏକର ଜମିରେ ଉନ୍ନତମାନ ବିହନରେ ଟମାଟୋ ଚାଷ କରୁଛନ୍ତି। ଅଦିନିଆ ଟମାଟୋର ଚାହିଦାକୁ ଦୃଷ୍ଟିରେ ରଖି ଚାଷ କରୁଥିବା ଚାଷୀ କହିଛନ୍ତି। କେଜି ପ୍ରତି ୩୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାରୁ ଭଲ ରୋଜଗାର ବି ହେଉଛି।
ଏଠାକାର ଚାଷୀଙ୍କ କହିବା ମୁତାବକ, ପୂର୍ବରୁ ଏହା ମାଓବାଦୀଙ୍କ ଗଡ଼ ଥିବାରୁ ଲୋକେ ସେମାନଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। ଏପରିକି ଏଠାକୁ କୌଣସି ଲୋକେ ଆସୁନଥିଲେ। କିନ୍ତୁ ଏବେ ଏହି ଉନ୍ନତମାନର ଟମାଟୋ ନେବା ପାଇଁ ବହୁ ଦୂରରୁ ଗ୍ରାହକ ଆସୁଛନ୍ତି।
ଦେବଗଡ଼-ସମ୍ବଲପୁର ସୀମାରେ ଥିବା ସଡୋ ପଞ୍ଚାୟତର ଏହି ଟମାଟୋ ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରପ୍ତାନୀ ହେଉଛି। ଚାଷୀଙ୍କ ଆଗ୍ରହ ଦେଖି ସହଯୋଗର ହାତ ବଢାଇଛି ଦେବଗଡ଼ କୃଷି ବିଜ୍ଞାନ କେନ୍ଦ୍ର, ଉଦ୍ୟାନ ବିଭାଗ ଏବଂ ତିଲେଇବଣି ଆଇଟିଡିଏ। ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର ଏବଂ ନୂତନ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି।
The post ଲାଲ୍ ଟମାଟୋ ଗଡ଼ ଭାବେ ପରିଚିତ ହେଲା ଲାଲଗଡ଼ appeared first on Odisha Reporter.
from Odisha Reporter https://ift.tt/2U77nrP
No comments:
Post a Comment