ଅବସର ଦିନକୁ ମନେ ପକାଇ ସଚିନ୍ ଖୋଲିଲେ କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ସିକ୍ରେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ଅବସର ଦିନକୁ ମନେ ପକାଇ ସଚିନ୍ ଖୋଲିଲେ କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ସିକ୍ରେଟ୍

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାର ୭ ବର୍ଷ ପୂରି ଯାଇଛି। ୨୦୧୩ ନଭେମ୍ବର ୧୬ ତାରିଖରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଥିଲେ। ଗତକାଲି ଏହାକୁ ୭ ବର୍ଷ ପୂରି ଯାଇଥିବା ବେଳେ ସଚିନ୍ ସେଦିନର ଏକ କଥାକୁ ମନେ ପକାଇଥିଲେ ଓ ଟ୍ୱିଟରରେ ଭିଡିଓଟିଏ ପୋଷ୍ଟ କରିଥିଲେ।

ଏହି ଭିଡିଓରେ ସେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (୨୦୧୩ରେ ଏହା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଥିଲା), ୱେଷ୍ଟଇଣ୍ଡିଜ୍‌ର ପୂରା ଟିମ୍‌, ତାଙ୍କ ବନ୍ଧୁ ତଥା ଅନ୍ୟତମ ମହାନ ଖେଳାଳି ବ୍ରାଏନ୍ ଲାରାଙ୍କ ତରଫରୁ ତାଙ୍କୁ ଏକ ସୁନ୍ଦର ଉପହାର ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି।

ତାଙ୍କୁ ଉପହାର ସ୍ୱରୂପ ଏକ ଛୋଟ ଷ୍ଟିଲ୍ ଡ୍ରମ୍ ପ୍ରଦାନ କରାଯାଇଥିଲା। ଭିଡିଓରେ ସେହି ଡ୍ରମ୍‌ଟିକୁ ସଚିନ୍ ଦେଖାଇଛନ୍ତି। ଏହି ଉପହାରଟି ଭଲପାଇବା ଓ ସମ୍ମାନର ପ୍ରତୀକ ବୋଲି ସେ କହିଛନ୍ତି। ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସଚିନ୍ ଆହୁରି କହିଛନ୍ତି ଯେ ଯେତେବେଳେ ଲାରା ତାଙ୍କ ଘରକୁ ଆସିଥିଲେ ସେହି ଡ୍ରମ୍‌ଟିକୁ ବଜାଇଥିଲେ। ସେ ଖୁବ୍ ସୁନ୍ଦର ଭାବେ ଏହାକୁ ବଜାଇଥିଲେ।

ଏହି ଭିଡିଓରେ ସଚିନ୍ ନିଜେ ମଧ୍ୟ ଡ୍ରମ୍‌ଟିକୁ ବଜାଇଥିଲେ।


ସୂଚନାଯୋଗ୍ୟ, ସଚିନ୍ ୨୦୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଶେଷ ଟେଷ୍ଟ ମ୍ୟାଚ୍ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ୨୦୦ଟି ଟେଷ୍ଟ ଖେଳି ସେ ୧୫,୯୨୧ ରନ୍ କରିଛନ୍ତି। ସେହିପରି ୪୬୩ଟି ଦିନିକିଆ ମ୍ୟାଚ୍ ଖେଳି ସଚିନ୍ ୧୮,୪୨୬ ରନ୍ କରିଛନ୍ତି। ଟେଷ୍ଟରେ ସେ ୫୧ଟି ଶତକ କରିଥିବା ବେଳେ ଦିନିକିଆରେ ୪୯ଟି ଶତକ ମାରିଛନ୍ତି।

The post ଅବସର ଦିନକୁ ମନେ ପକାଇ ସଚିନ୍ ଖୋଲିଲେ କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ସିକ୍ରେଟ୍ appeared first on Odisha Reporter.



from Odisha Reporter https://ift.tt/32Syko6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages