କରୋନା ସଂକ୍ରମଣକୁ ନେଇ ଜେଲରେ ଦଙ୍ଗା, ୮ କଏଦୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

କରୋନା ସଂକ୍ରମଣକୁ ନେଇ ଜେଲରେ ଦଙ୍ଗା, ୮ କଏଦୀ ମୃତ

କଲମ୍ବୋ: କରୋନା ସଂକ୍ରମଣ ଗୁଜବକୁ ନେଇ ଜେଲରେ ଗୋଷ୍ଠୀ ସଂଘର୍ଷ ଦଙ୍ଗାରେ ପରିଣତ ହୋଇଛି, ଯେଉଁଥିରେ ୮ଜଣ କଏଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହରା ଜେଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ କଏଦୀ ଓ ଜେଲ୍ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା। କିଛି କଏଦୀ ଜେଲର କବାଟ ଜୋର ଜବରଦସ୍ତ ଖୋଲି ଖସିଯିବାକୁ ପ୍ରୟାସ କରୁଥିବା ବେଳେ କଏଦୀ ଓ ଜେଲ୍ କର୍ତ୍ତୃପକ୍ଷ ମଧ୍ୟରେ ଏହି ସଂଘର୍ଷ ଦଙ୍ଗାରେ ପରିଣତ ହୋଇଥିଲା।

ମିଳିଥିବା ସୂଚନା ମୁତାବକ, କରୋନା ଭାଇରସ୍ ମହାମାରୀ ସଂକ୍ରମଣ ବ୍ୟାପୁଥିବାରୁ ଶ୍ରୀଲଙ୍କାର ଏହି ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରଖାଯିବା ନେଇ ଘୋର୍ ବିରୋଧ ହୋଇ ଆସୁଛି। ଅନ୍ୟ କିଛି ଜିଲ୍ଲାରେ କଏଦୀମାନେ ଏହାର ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ। କିନ୍ତୁ ସୋମବାର କଲମ୍ବୋର ମହରା ଜେଲରେ କଏଦୀଙ୍କ ଏହି ଅସନ୍ତୋଷ ହିଂସାରେ ପରିଣତ ହୋଇଥିଲା। ସ୍ଥିତି ଅତ୍ୟଧିକ ସାଂଘାତିକ ହେବାରୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା, ଯେଉଁଥିରେ ୮ଜଣର ମୃତ୍ୟୁ ହୋଇଛି।

ଏ ନେଇ ପୁଲିସ୍ ମୁଖପାତ୍ର କହିଛନ୍ତି, ସୋମବାର କଲମ୍ବୋରୁ ପ୍ରାୟ ୧୫ କିଲୋମିଟର୍ ଦୂର ମହରା ଜେଲରେ କଏଦୀ ହଙ୍ଗାମା କରିଥିଲେ। ଜେଲରେ ୧୭୫ଜଣ କଏଦୀ କରୋନା ଆକ୍ରାନ୍ତ ଥିବାରୁ ଅନ୍ୟ କଏଦୀମାନେ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବାକୁ ଦାବି କରିଥିଲେ।

ଏହା ବିରୋଧରେ କଏଦୀମାନେ ରୋଷେଇ ଘର ଓ ରେକର୍ଡ ରୁମରେ ନିଆଁ ଲଗାଇ ଦେଇଥିଲେ। ସ୍ଥିତିକୁ କାବୁ କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ କଠୋର ପଦକ୍ଷେପ ଉଠାଇବାକୁ ପଡ଼ିଥିଲା। ଏହି ଘଟଣାରେ ଦୁଇ ଜେଲ କର୍ତ୍ତୃପକ୍ଷ ସମେତ ଅତିକମରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post କରୋନା ସଂକ୍ରମଣକୁ ନେଇ ଜେଲରେ ଦଙ୍ଗା, ୮ କଏଦୀ ମୃତ appeared first on Odisha Reporter.



from Odisha Reporter https://ift.tt/39tWjxX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages