ପୁରୀ (ଓଡ଼ିଶା ରିପୋର୍ଟର):ଆସନ୍ତା ୨୭ତାରିଖରେ ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଚଳିତ ବର୍ଷ ପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ। ତେବେ ଏଥିଯୋଗୁ ନିରାଶ ହୋଇପଡ଼ୁଥିବା ତଥା ଭାଙ୍ଗି ପଡ଼ୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭଲ ଖବର। ଚଳିତ ବର୍ଷ ପରି ଆସନ୍ତାବର୍ଷ ମଧ୍ୟ ଅନୁଷ୍ଠିତ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜ୍ଜୁନ ବେଶ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ ପାଇପାରିବେ ଭକ୍ତ। ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ସ୍ପଷ୍ଟ ହେବ।
୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି।
The post ଆସନ୍ତାବର୍ଷ ବି ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ appeared first on Odisha Reporter.
from Odisha Reporter https://ift.tt/2HVrSoO
No comments:
Post a Comment