ମୁମ୍ବାଇ: ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି ୧୨’ର ଗତକାଲିର ଏପିସୋଡ୍କୁ ନେଇ ଏବେ ଚର୍ଚ୍ଚା ହେଉଛି। କାରଣ ଏଥିରେ ବିଗ୍ ବି ଅଭିନେତା ଶାହାରୁଖ୍ ଖାନ୍ଙ୍କୁ କ୍ଷମା ମାଗିଛନ୍ତି। ଗତକାଲିର ଏପିସୋଡରେ ଜଣେ ପ୍ରତିଯୋଗୀ ଅମିତାଭଙ୍କ ଉପରେ କିଛି ଅଭିଯୋଗ ଲଗାଇଥିଲେ, ଯାହାପରେ ସେ କ୍ୟାମେରାରେ ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ।
ସୋମବାର କେବିସିରେ ରେଖା କୁମାରୀ ହଟ୍ ସିଟ୍ରେ ବସିଥିଲେ। ତାଙ୍କର କ୍ୟୁଟ୍ ଅନ୍ଦାଜ ସମସ୍ତଙ୍କ ମନ ଜିତିନେଇଥିଲା। ବିଶେଷ କରି ବିଗ୍ ବି’ ବେଶ୍ ଖୁସି ହୋଇଥିଲେ। ହେଲେ ରେଖା ଯେତେବେଳେ କହିଲେ ଯେ ସେ ଅମିତାଙ୍କ ଉପରେ ରାଗିଛନ୍ତି, ସେତେବେଳେ ବିଗ୍ ବି ଟିକେ ଚକିତ ହୋଇପଡ଼ିଲେ। ଏହାପରେ ସେ କହିଥିଲେ ଯେ ଶାହାରୁଖ ହେଉଛନ୍ତି ତାଙ୍କ ପ୍ରିୟ ଅଭିନେତା ଓ ଅମିତାଭ ତାଙ୍କୁ ଫିଲ୍ମ ‘ମହବତେ’ରେ ଗାଳି ଦେଇଥିଲେ, ଯାହାକି ତାଙ୍କୁ ବହୁତ ଖରାପ ଲାଗିଥିଲା। ଏହାପରେ ଅମିତାଭ ନିଜ ସଫେଇରେ ବହୁତ କିଛି କହିଥିଲେ। ସେ କହିଥିଲେ ଯେ ଫିଲ୍ମରେ ଶାହାରୁଖ ଓଲଟା ତାଙ୍କୁ ଗାଳିଦେଇଥିଲେ। ହେଲେ ରେଖା କିଛି ବି ଶୁଣି ନଥିଲେ।
KBC contestant REKHA KUMARI ko hai AB se shikayat. Dekhiye inhein hotseat par #KBC12 mein Mon-Fri 9 pm sir Sony par. @SrBachchan @SPNStudioNEXT pic.twitter.com/wjXk930R6a
— sonytv (@SonyTV) November 3, 2020
ଏହାପରେ ରେଖା ଆହୁରି ଅଭିଯୋଗ ଲଗାଇଥିଲେ ଯେ ଫିଲ୍ମ ‘କଭି ଖୁସି କଭି ଗମ୍’ରେ ଶାହାରୁଖଙ୍କୁ ଅମିତାଭ ଘରୁ ବାହାର କରିଦେଇଥିଲେ, ଯେଉଁଥିପାଇଁ ସେ ବହୁତ କାନ୍ଦିଥିଲେ। ଏହାପରେ ଅମିତାଭ ପୁଣି ଥରେ ନିଜ ସଫେଇରେ ହାତ ଯୋଡ଼ି କହିଥିଲେ ଯେ ଏଭଳି କରିବାକୁ ତାଙ୍କୁ ସ୍କ୍ରିପ୍ଟ ରାଇଟର୍ କହିଥିଲେ। ହେଲେ ରେଖା ମାନି ନଥିଲେ।
ଶେଷରେ ଅମିତାଭ କହିଥିଲେ ଯେ ସେ ଦୁଃଖିତ। କାରଣ ସେ ରେଖାଙ୍କ ମନକୁ ଆଘାତ ଦେଇଛନ୍ତି। ଏହାପରେ ସେ ହାତ ଯୋଡ଼ି ଶାହାରୁଖଙ୍କୁ କ୍ଷମା ମାଗିଥିଲେ ଓ କହିଥିଲେ ଯେ ସେ ଯେବେବି ଶାହାରୁଖଙ୍କୁ ଭେଟିବେ ଏଥିପାଇଁ ତାଙ୍କୁ କ୍ଷମା ମାଗିନେବେ। ଏହାପରେ ଯାଇ ରେଖା ଖୁସି ହୋଇଥିଲେ।
The post ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍ ବି appeared first on Odisha Reporter.
from Odisha Reporter https://ift.tt/34VlCX9
No comments:
Post a Comment