ଓ୍ୱାଶିଂଟନ: ଆମେରିକା ରାଷ୍ଚ୍ରପତି ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର। ତେବେ ବିଜୟ ମୁକୁଟର ଅତି ନିକଟରେ ରହିଛନ୍ତି ଜୋଏ ବାଇଡେନ୍। ସେ ଜୋର୍ଜିୟା ଏବଂ ପେନସିଲଭାନିଆ ଭଳି ଦୁଇ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ରିପବ୍ଲିକ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଦେଇଛନ୍ତି। ଏନେଇ ଡେମୋକ୍ରେଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି। ତେବେ ବିଜୟ ମୁକୁଟ ପିନ୍ଧି ଶାସନ ଗାଦି ହାତେଇବା ପରେ ବାଇଡେନ୍ ସର୍ବ ପ୍ରଥମେ କଣ କରିବେ ସେନେଇ ବୟାନ ଦେଇଛନ୍ତି।
ବିଜୟ ପଥରୁ ଟ୍ରମ୍ପଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛନ୍ତି ବାଇଡେନ୍। ସେ କହିଛନ୍ତି, 300ରୁ ଅଧିକ ଇଲେକ୍ଟୋରକଲ କଲେଜ ଭୋଟ ହାସଲ କରି ସେ ଇତିହାସ ରଚିବେ। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ଏକ ବୟାନ ଦେଇ ସେ କହିଛନ୍ତି ଯେ, ରାଷ୍ଟ୍ରପତି ପଦ ହାସଲ କରୁ କରୁ ସମୟ ନଷ୍ଟ ନ କରି ସର୍ବ ପ୍ରଥମେ ସେ କରୋନା ଭୂତାଣୁ ମହାମାରୀ ସହ ଲଢ଼େଇ କରିବା କାର୍ଯ୍ୟରେ ଲାଗିପଡ଼ିବେ।
ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଇଡେନ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ମୁଁ ଚାହୁଛି କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଆମେ ଯେଉଁ ପଦକ୍ଷେପ ନେବାକୁ ଯାଉଛୁ, ପ୍ରଥମ ଦିନରୁ ସେ ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ।”
ସେ ପୁଣି କହିଛନ୍ତି, ସେ ସମଗ୍ର ଦେଶକୁ ଏକଜୁଟ୍ କରିବାର ସଙ୍କଳ୍ପ ନେଇଛନ୍ତି। ସମସ୍ୟାର ସମାଧାନ କରିବା ପାଇଁ ସାରା ଦେଶ ଏକାଠି ହେବାର ସମୟ ଆସିଛି ବୋଲି ଜନତାଙ୍କୁ ସମ୍ୱୋଧିତ କରିବା ସମୟରେ ବାଇଡେନ କହିଛନ୍ତି।
The post କରୋନାକୁ ନେଇ ଆକ୍ସନ୍ ମୋଡ୍ରେ ବାଇଡେନ୍ appeared first on Odisha Reporter.
from Odisha Reporter https://ift.tt/357y7Pn
No comments:
Post a Comment