ବିଗ୍ ବସ୍‌ରେ ଏଣ୍ଟ୍ରି କଲେ ଅଲି ଗୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 3, 2020

ବିଗ୍ ବସ୍‌ରେ ଏଣ୍ଟ୍ରି କଲେ ଅଲି ଗୋନି

ମୁମ୍ବାଇ: ‘ବିଗ୍ ବସ୍ ୧୩’ ପରି ଚଳିତ ସିଜିନ୍ ‘ବିଗ୍ ବସ୍ ୧୪’ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଗଲାଣି। ସେଶାଲ୍ ମିଡିଆରେ ବିଗ୍‌ ବସ୍‌ର ଭିଡିଓ ସବୁ ଟ୍ରେଣ୍ଡ ମଧ୍ୟ କରୁଛି। ତେବେ ଆଜିର ଏପିସୋଡ୍‌ରେ ଏକ ନୂଆ ଟ୍ୱିଷ୍ଟ ଆସିବାକୁ ଯାଉଛି। ଆଜି ଜଣେ ନୂଆ ସଦସ୍ୟ ବିବି ହାଉସ୍‌କୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଆଉ କେହି ନୁହନ୍ତି ପ୍ରତିଯୋଗୀ ଜସ୍ମିନ ଭସିନ୍‌ଙ୍କ ବିଶେଷ ବନ୍ଧୁ ତଥା ଟେଲି ଅଭିନେତା ଅଲି ଗୋନି ବିଗ୍ ବସ୍ ଘରେ ପ୍ରବେଶ କରିବାକୁ ଯାଉଛନ୍ତି।

https://ift.tt/3mPYkI9

ଏ ନେଇ ଶୋ’ର ଏକ ନୂଆ ପ୍ରୋମୋ ମଧ୍ୟ ଆସିଯାଇଛି। ଏଥିରେ ଅଲି ଗୋନିଙ୍କ ବିଗ୍ ବସ୍ ହାଉସରେ ଏଣ୍ଟ୍ରି ଦେଖାଯାଇଛି। ଶୋ’ରେ ଅଲିଙ୍କୁ ଦେଖି ଜସ୍ମିନ୍ ବହୁତ ଖୁସି ହୋଇଛନ୍ତି। ଅଲିଙ୍କୁ ଦେଖି ସେ ଯେତିକି ଖୁସି ହୋଇଛନ୍ତି, ସେତିକି ଭାବପ୍ରବଣ ମଧ୍ୟ ହୋଇପଡ଼ିଛନ୍ତି। ପ୍ରମୋରେ ଜସ୍ମିନ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାପରେ ଅଲି ଜସ୍ମିନଙ୍କୁ ପଚାରନ୍ତି ଯେ ତୁମେ କାହିଁକି କାନ୍ଦିଲ? ଏହାର ଉତ୍ତରରେ ଜସ୍ମିନ୍ କହୁଛନ୍ତି ଯେ ଏହି ଦୁନିଆ ମୋ ପାଇଁ ନୁହେଁ। ତା’ପରେ ଅଲି କହୁଛନ୍ତି, ‘ବାହାରେ ମଧ୍ୟ ଆମେ ଦୁହେଁ ଦୁନିଆ। ଏହି ଦୁନିଆରେ ଆମ ମଧ୍ୟରେ ଆଉ କେହି ଆସିପାରିବେ ନାହିଁ।’ ଏହାପରେ ଜସ୍ମିନ୍ ଖୁସିରେ କହୁଛନ୍ତି ଯେ ବର୍ତ୍ତମାନ ସବୁ ମାଇଣ୍ଡବ୍ଲୋଇଂ ହେବ।

https://ift.tt/3oODACq

ବର୍ତ୍ତମାନ ଅଲିଙ୍କ ଏଣ୍ଟ୍ରି ସହିତ ଶୋ’ରେ ନିଶ୍ଚିତ ଭାବେ ଆଗକୁ ବଡ଼ ଟ୍ୱିଷ୍ଟ ଆଣ୍ଟ ଟର୍ଣ୍ଣ ଆସିବ। ଅଲି ଗୋନି ଟେଲିଭିଜନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତା। ତାଙ୍କର ଫ୍ୟାନ୍‌ ଫଲୋଇଁ ବେଶ୍ ଅଧିକ ରହିଛି। ଅଲି ଓ ଜସ୍ମିନ୍ ପ୍ରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ହେଲେ ଦୁହେଁ କେବେ ବି ଏହାକୁ ସର୍ବସମ୍ମୁଖରେ ସ୍ୱିକାର କରିନାହାଁନ୍ତି। ଦୁହେଁ ପରସ୍ପରର ଭଲ ବନ୍ଧୁ ବୋଲି କୁହନ୍ତି। ଏହାପୂରେବରୁ ଅଲି ଭାରତିୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନି ନତାଶା ଷ୍ଟାନକୋଭିକ୍‌ଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ରିଆଲିଟି ଶୋ’ ‘ନଚବଲିଏ’ରେ ମଧ୍ୟ ଭାଗ ନେଇଥିଲେ।

 

The post ବିଗ୍ ବସ୍‌ରେ ଏଣ୍ଟ୍ରି କଲେ ଅଲି ଗୋନି appeared first on Odisha Reporter.



from Odisha Reporter https://ift.tt/3elEKk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages