ଶୀତରେ ଥରୁଛି ସାରା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ଶୀତରେ ଥରୁଛି ସାରା ଭାରତ

ନୂଆଦିଲ୍ଲୀ: ଶୀତରେ ଥରୁଛି ସାରା ଭାରତ। ବିଶେଷକରି ଉତ୍ତର ଭାରତରେ ଶୀତର ଲହରୀ ଅଧିକ ଦେଖିବାକୁ ମିଳିଛି। ନଭେମ୍ବରରେ ହିଁ ରାଜଧାନୀ ଦିଲ୍ଲୀ ଶୀତର ସବୁ ରେକର୍ଡ ଭାଙ୍ଗି ଦେଇଛି। ନଭେମ୍ବରରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ଧାର୍ଯ୍ୟ କରାଯାଇଛି। ପଶ୍ଚିମ ସମୁଦ୍ରରେ ସୃଷ୍ଟ ହୋଇଥିବା ବାତ୍ୟା ଲା’ଲିନା, ସେପ୍ଟେମ୍ବରରେ କମ୍ ବର୍ଷା ଏବଂ ଆକାଶରେ ବାଦଲ ନରହିବା ଏହାପଛର କାରଣ କୁହାଯାଉଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁତାବକ, ସାଧାରଣତଃ ନଭେମ୍ବରରେ ଦିଲ୍ଲୀରେ ହାରାହାରି ତାପମାତ୍ରା ୧୨.୯ ଡିଗ୍ରୀ ରହିଥାଏ। କିନ୍ତୁ ଏଥର ୧୦.୨ ଡିଗ୍ରୀ ରେକର୍ଡ କରାଯାଇଛି, ଯାହାକି ୭୧ ବର୍ଷ ପରେ ଏଭଳି ଶୀତ ଅନୁଭୂତ ହୋଇଛି। ଶେଷଥର ପାଇଁ ୧୯୪୯ ମସିହା ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।

ସେହିପରି ଅକ୍ଟୋବରରେ ମଧ୍ୟ ଦିଲ୍ଲୀରେ ତାପମାତ୍ରା ରେକର୍ଡ ଛୁଇଁଛି। ଚଳିତ ବର୍ଷ ଅକ୍ଟୋବରରେ ଦିଲ୍ଲୀରେ ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହାକି ୧୯୬୨ ପରେ ସବୁଠାରୁ କମ୍ ତାପମାତ୍ରା। ୫୮ ବର୍ଷ ତଳେ ଅର୍ଥାତ୍ ୧୯୬୨ରେ ଅକ୍ଟୋବରରେ ତାପମାତ୍ରା ୧୬.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

କେବଳ ଦିଲ୍ଲୀ ନୁହେଁ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣାରେ ମଧ୍ୟ ଶୀତର ଲହରୀ ଜାରି ରହିଛି। ହିମାଚଳ ପ୍ରଦେଶର ମନାଲୀରେ ବରଫ ପଡ଼ିବା ଆରମ୍ଭ ହୋଇଛି। ସେହିପରି ଜମ୍ମୁ-କଶ୍ମୀରରେ ମାଇନସ୍ ଡିଗ୍ରୀ ତଳେ ରହୁଛି ତାପମାତ୍ରା। ପ୍ରବଳ ଶୀତ ଯୋଗୁ ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

The post ଶୀତରେ ଥରୁଛି ସାରା ଭାରତ appeared first on Odisha Reporter.



from Odisha Reporter https://ift.tt/2VrYD01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages