ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କଲା ‘ନିଭାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କଲା ‘ନିଭାର’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର୍‌ ବୁଧବାର ବିଳିମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା।

ରାତି ୧୧.୧୫ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ୨.୩୦ ଯାଏ ଚାଲିଥିଲା। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। ବିଳମ୍ବିତ ରାତି ହୋଇଯାଇଥିବାରୁ କ୍ଷୟକ୍ଷତି ଆକଳନ କରାଯାଇ ପାରିନାହିଁ। ତେବେ ଏକାଧିକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଯୋଗାଣ ଠପ ହୋଇଯାଇଛି।

ବିଭାଗର ସୂଚନା ଅନୁଯାୟୀ, ପୁଡୁଚେରୀର ଠାରୁ ଉତ୍ତର ଦିଗରେ ୩୦ କିମି ଓ ଚେନ୍ନାଇ ଠାରୁ ୧୧୫ କିମି ଦୂରରେ ବାତ୍ୟା ନିଭାର ଲ୍ୟାଣ୍ଡଫଲ କରିଛି। ମାରକ୍କାନାମାର ଅତି ନିକଟରେ ଏହା ଲ୍ୟାଣ୍ଡଫଲ କରି ପ୍ରାୟ ସାଢ଼େ ୩ ଘଣ୍ଟାରୁ ୪ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳ ଓ କୁଡ୍ଡାଲୋର୍‌ରେ ପବନର ଘଣ୍ଟାପ୍ରତି ବେଗ ୧୨୦ରୁ ୧୩୦ କିମି ରହିଥିଲା।

ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ଅପେକ୍ଷାକୃତ କମ ପବନ ବହିଥିଲେ ହେଁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବାତ୍ୟାର ପ୍ରଭାବ ଗୁରୁବାର ମଧ୍ୟାହ୍ନ ଯାଏ ଅନୁଭତ ହେବାର ଆଶଙ୍କା ରହିଛି। ସେହିପରି ଶୁକ୍ରବାର ମଧ୍ୟ କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବିଭାଗ ଆକଳନ କରିଛି।

ବାତ୍ୟା ନିଭାର୍‌ ଲ୍ୟାଣ୍ଡଫଲ କରିବା ପରେ କ୍ରମଶଃ ଅତି ଭୀଷଣ ବାତ୍ୟାରୁ କେବଳ ଭୀଷଣ ବାତ୍ୟାର ରୂପ ନେଇଛି। ଏବେ ଏହା ଆନ୍ଧ୍ର ପ୍ରଦେଶ ଦକ୍ଷିଣ ଉପକୂଳ ଓ ରୟାଲସୀମା ନିକଟରେ ରହିଛି। ଏହି କାରଣରୁ ଏଠାରେ ଆଜି ସନ୍ଧ୍ୟା ଯାଏ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ନିଭାର୍ ଆହୁରି ଦୁର୍ବଳ ହୋଇ କେବଳ ବାତ୍ୟାର ରୂପ ନେବ।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ତଳିଆ ଅଞ୍ଚଳରେ ରହୁଥିବା ୧.୪୫ ଲକ୍ଷରୁ ଅଧିକ ଲୋକଙ୍କୁ ୧୫୧୬ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

The post ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କଲା ‘ନିଭାର’ appeared first on Odisha Reporter.



from Odisha Reporter https://ift.tt/3fDXsEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages