୨ ନଭେମ୍ବର, ସୋମବାର:କର୍ମକ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

୨ ନଭେମ୍ବର, ସୋମବାର:କର୍ମକ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ

ମେଷ: ନାନା ପ୍ରକାରର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ସଂପର୍କ ଖରାପ ହୋଇପାରେ। ବୃଥା ଭ୍ରମଣ ଯୋଗୁ ଥକିଯିବେ।

ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ଓ ସହାନୁଭୂତି ଲାଭ କରିବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ।
ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।

ମିଥୁନ: ଦେହ ଓ ମନ ସୁସ୍ଥ ରହିବ। ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟୀମାନେ ଆର୍ଥିକ ଉନ୍ନତି ଲାଭ କରିବେ।

କର୍କଟ: ବକେୟା ଅର୍ଥ ହସ୍ତଗତ ହେବ। ବନ୍ଧୁବାନ୍ଧବଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ, ସୁଫଳ ପାଇବେ।

ସିଂହ: ପ୍ରତ୍ୟେକଟି ଦିଗରେ ଅପମାନିତ ଓ ନିନ୍ଦିତ ହୋଇପାରନ୍ତି। ନିଜ ଲୋକମାନେ ଧୋକା ଦେବେ। ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: କୌଣସି ଶୁଭ ସମ୍ବାଦ ପାଇ ଖୁସି ହୋଇଯିବେ। ରାଜନେତାମାନେ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହେବେ। ମହିଳାମାନେ ସତର୍କତାର ସହ କାର୍ଯ୍ୟ କରନ୍ତୁ, ନଚେତ୍ ଆଘାତ ଲାଗିପାରେ।

ତୁଳା: ନିଜର ପ୍ରତିଭା ପାଇଁ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଓ ସ୍ନେହଶ୍ରଦ୍ଧା ଅତୁଟ ରହିବ।

ବିଛା: ଶରୀର ସୁସ୍ଥ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଗୁପ୍ତଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢ଼ାଇବେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
ବ୍ୟବସାୟୀମାନେ ଲାଭ ପରିବର୍ତ୍ତେ କ୍ଷତିରେ ପଡ଼ିପାରନ୍ତି।

ମକର: ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ଫଳରେ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବେ। ମହିଳାମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ।

କୁମ୍ଭ: ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ଜମିବାଡ଼ି ସମସ୍ୟାର ଅବସାନ ଘଟିବ। କୃଷି, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ସଫଳତା ମିଳିବ।

ମୀନ: କୌଣସି ନୂତନ କାର୍ଯ୍ୟ କରିବାକୁ ଅଣ୍ଟା ଭିଡ଼ିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍ ଦୁର୍ଘଟଣା ଘଟିପାରେ।

The post ୨ ନଭେମ୍ବର, ସୋମବାର:କର୍ମକ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ appeared first on Odisha Reporter.



from Odisha Reporter https://ift.tt/2TGW6OO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages