ପିକ୍‌ଅପ୍‌ ଭ୍ୟାନ୍‌ରୁ ମିଳିଲା ଏପରି ଜିନିଷ, ମୂଲ୍ୟ ୮୦ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 3, 2020

ପିକ୍‌ଅପ୍‌ ଭ୍ୟାନ୍‌ରୁ ମିଳିଲା ଏପରି ଜିନିଷ, ମୂଲ୍ୟ ୮୦ ଲକ୍ଷ

ଲମତାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରୁ ଆଜି ସକାଳୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୁଲିସ୍‌। ଘଟଣାସ୍ଥଳର ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ମାଛକୁଣ୍ଡସ୍ଥିତ ୧୫ବାଟାଲିଆନ ବିଏସଏଫ ଓ କୋରାପୁଟ ପୁଲିସର ମିଳିତ ଅପରେସନ ସମୟରେ ବୁଧବାର ସକାଳୁ  ହନୁମାଲ ଗାଁ ନିକଟରେ ଯାନବାହାନ ଯାଞ୍ଚ ହେଉଥିଲା । ଠିକ ସେହି ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ଗଂଜେଇ ଭର୍ତ୍ତି  ପିକ୍‌ଅପ୍‌ ଗାଡି ଦ୍ରୁତ ଗତିରେ ଆସିଥିଲା । ପୁଲିସ୍‌ କୁ ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ ।

ପରେ ଗାଡି ଯାଞ୍ଚ କରି ପାଖପାଖା ୮କୁଇଣ୍ଟାଲ ଗଞ୍ଜେଇ  ଜବତ କରିବା ସହ  ଗାଡିକୁ ମାଛକୁଣ୍ଡ ଥାନାକୁ ନେଇଛି ପୁଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ମାଛକୁଣ୍ଡ ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ  ଆରମ୍ଭ  କରିଛି । ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଧରା ପଡ଼ିଯାଇଥିବା ଜଣାଯାଇଛି।

 

The post ପିକ୍‌ଅପ୍‌ ଭ୍ୟାନ୍‌ରୁ ମିଳିଲା ଏପରି ଜିନିଷ, ମୂଲ୍ୟ ୮୦ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3elrZGg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages