ହାଇଦ୍ରାବାଦ: ବିଜେପିର ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ ବଡ଼ ବୟାନ ଦେଇଛନ୍ତି। ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ସେ ସ୍ଥାନୀୟ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ସାମାଲୋଚନା କରିବା ବେଳେ ବିବାଦୀୟ ବୟାନ ଦେଇଛନ୍ତି।
ଅସାଦୁଦ୍ଦିନ ଓୱେସୀଙ୍କୁ ସେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଅବତାର ବୋଲି କହିବା ସହ ଓୱେସୀଙ୍କ ସପକ୍ଷରେ ଗୋଟିଏ ଭୋଟ ଦେବାର ଅର୍ଥ ଭାରତ ବିରୋଧରେ ଗୋଟିଏ ଭୋଟ ଦେବା ସହ ସମାନ ବୋଲି କହିବାକୁ ପଛାଇ ନାହାନ୍ତି। ଅସାଦୁଦ୍ଦିନ ଓୱେସୀ ଓ ତାଙ୍କ ଭାଇ ଅକବରୁଦ୍ଦିନ ଓୱେସୀ ସାଂପ୍ରଦାୟିକ ଓ ବିଭାଜନର ରାଜନୀତି କରୁଥିବା ତେଜସ୍ୱୀ ଅଭିଯୋଗ କରିଛନ୍ତି। ଏଥିସହ ଓୱେସୀ କେବଳ ରୋହିଙ୍ଗ୍ୟା ମୁସଲିମ ମାନଙ୍କୁ ଅନୁମତି ଦେଉଛନ୍ତି ଓ ହାଇଦ୍ରାବାଦର ବିକାଶ କରିବାକୁ ଚାହୁଁ ନଥିବା ସେ କହିଛନ୍ତି।
ତେଜସ୍ୱୀ କହିଛନ୍ତି, “ଯଦି ଆପଣମାନେ ଏଠାରେ ଓୱେସୀଙ୍କୁ ଭୋଟ ଦେବେ, ତା’ହେଲେ ସେ ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ଥିବା ମୁସଲିମ ବହୁଳ ଅଞ୍ଚଳରେ ଶକ୍ତିଶାଳୀ ହୋଇଯିବେ। ଓୱେସୀ କିଏ? ଓୱେସୀ ହେଉଛନ୍ତି ଜିନ୍ନାଙ୍କ ନୂଆ ଅବତାର। ଆମେ ତାଙ୍କୁ ଯେମିତି ହେଲେ ବିରୋଧ କରିବା। ଓୱେସୀଙ୍କ ସପକ୍ଷରେ ଗୋଟିଏ ଭୋଟ ଦେବାର ଅର୍ଥ ଭାରତ ବିରୋଧରେ ଗୋଟିଏ ଭୋଟ ଦେବା ସହ ସମାନ। ଏକଥା ପ୍ରତିଟି ଭାରତୀୟ ମନେ ରଖିବା ଦରକାର। ଆପଣମାନେ ଯେତେଥର ତାଙ୍କୁ ଭୋଟ ଦେବେ, ସେତେଥର ଏହା ଭାରତ ବିରୋଧରେ ଭୋଟ ବୋଲି ମନେରଖିବାକୁ ପଡ଼ିବ।
ଜିନ୍ନା ଯେଉଁଭଳି ଭାବେ ମୌଳବାଦୀ, ବିଭାଜନ ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଉଥିଲେ, ଓୱେସୀ ମଧ୍ୟ ଠିକ୍ ସେହିଭଳି ବୟାନ ଦେଉଛନ୍ତି। ଓୱେସୀ ବ୍ରଦର୍ସ ଭାରତରେ କରୁଥିବା ସାଂପ୍ରଦାୟିକ ଓ ବିଭାଜନକାରୀ ରାଜନୀତିକୁ ବିରୋଧ କରିବାକୁ ପଡ଼ିବ।”
ଆସନ୍ତା ଡିସେମ୍ବର ୧ରେ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ହେବ। ଏହି ନିର୍ବାଚନକୁ ଜିତି ବିଜେପି ଦକ୍ଷିଣ ଭାରତରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।
The post ଓୱେସୀଙ୍କୁ ଭୋଟ ଦେବା ଭାରତ ବିରୋଧୀ ବୋଲି କହିଲେ ବିଜେପି ସାଂସଦ appeared first on Odisha Reporter.
from Odisha Reporter https://ift.tt/3nOZW5x
No comments:
Post a Comment