ପରଲୋକରେ ଅଭିନେତ୍ରୀ ଲୀନା ଆଚାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

ପରଲୋକରେ ଅଭିନେତ୍ରୀ ଲୀନା ଆଚାର୍ଯ୍ୟ

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଶନିବାର ପରଲୋକ ହୋଇଯାଇଛି। କିଡ୍‌ନୀ ଫେଲ୍‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଦେଢ଼ ବର୍ଷ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ମା’ଙ୍କର ଏକ କିଡ୍‌ନୀକୁ ନେଇ ତାଙ୍କ ଠାରେ  ପ୍ରତିରୋପଣ କରାଯାଇଥିଲା। ହେଲେ ଏହା ପରେ ମଧ୍ୟ ଲୀନାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ସେ ଗତକାଲି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

‘ସେଠ୍‌ ଜୀ’, ‘ଆପ କେ ଆ ଜାନେ ସେ’ , ‘ମେରି ହାନିକାରକ ବିବି’ ପରି ଟେଲି ସିରିଏଲ୍‌ରେ ଲୀନାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅନେକ ଫିଲ୍ମ ଓ ୱେବ ସିରିଜ୍‌ରେ ମଧ୍ୟ ସେ କାମ କରିସାରିଛନ୍ତି। ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ହିଚ୍‌କି’ରେ ଲିନାଙ୍କୁ ଦେଖିବାକୁ ମିଳିଥିଲା।

ଲୀନାଙ୍କ ମୃତ୍ୟୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ସହିତ କାମ କରୁଥିବା କଳାକାରମାନେ ସୋଶାଲ ମିଡିଆରେ ଲୀନାଙ୍କର ଫଟୋ ପୋଷ୍ଟ କରି ଶୋକବ୍ୟକ୍ତ କରିଛନ୍ତି।

‘ୟୈ ରିସ୍ତା କ୍ୟା କେହଲାତା ହୈ’ର ଫେମ୍‌ ରୋହନ ମେହରା ଲିନାଙ୍କର ଏକ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ମାଡାମ୍‌ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ। ଗତବର୍ଷ ଆମେ ଏହି ସମୟରେ ‘କ୍ଲାସ୍‌ ଅଫ୍‌ ୨୦୨୦’ ପାଇଁ ଶୁଟିଂ କରୁଥିଲେ। ଆପଣ ବହୁତ ମନେ ପଡ଼ିବେ।’

ସୂଚନାଯୋଗ୍ୟ, କରୋନା ଭାଇରସରେ ଆକ୍ରାନ୍ତ ହେବା ଯୋଗୁଁ ଲୀନାଙ୍କର ମୃତ୍ୟୁ ହୋଇଛି ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ପରେ ତାଙ୍କର ମୃତ୍ୟୁର କାରଣ କିଡ୍‌ନୀ ଫେଲ୍‌ ବୋଲି ଜଣାପଡ଼ିଥିଲା।

The post ପରଲୋକରେ ଅଭିନେତ୍ରୀ ଲୀନା ଆଚାର୍ଯ୍ୟ appeared first on Odisha Reporter.



from Odisha Reporter https://ift.tt/3lU1nPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages