ମଧ୍ୟପ୍ରଦେଶରେ ମ୍ୟାଜିକ ନମ୍ୱର ପାରକଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 9, 2020

ମଧ୍ୟପ୍ରଦେଶରେ ମ୍ୟାଜିକ ନମ୍ୱର ପାରକଲା ବିଜେପି

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୯ଟି ଆସନରେ ଆଗୁଆ ରହିଛି, ଅର୍ଥାତ୍ ଶିବରାଜ ସିଂ ସରକାର ମ୍ୟାଜିକ ନମ୍ୱର ଅତିକ୍ରମ କରିଛି। ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ ଟି ଆସନ ଅଛି ଏବଂ ମ୍ୟାଜିକ୍ ସଂଖ୍ୟା ହେଉଛି ୧୧୬ । ହେଲେ ଏହାରି ଭିତରେ ଜଣେ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିଥିବାରୁ ମ୍ୟାଜିକ ନମ୍ୱର ୧୧୫ ହୋଇଛି। କ୍ଷମତାରେ ରହିବାକୁ ହେଲେ ବିଜେପିକୁ ୮ଟି ଆସନରେ ବିଜୟୀ ହେବାକୁ ହେବ।

ମଧ୍ୟପ୍ରଦେଶ ଉପନିର୍ବାଚନ ​​ଶିବରାଜ ସିଂ ସରକାରଙ୍କ ସହ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କମଲନାଥଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ୨୮ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ। ପରିଣାମ ସ୍ୱରୂପ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର ପତନ ହୋଇଥିଲା। ଏହାପରେ ଶିବରାଜ ସିଂ ପୁଣିଥରେ କ୍ଷମତାକୁ ଫେରିଛନ୍ତି।

୨୮ଟି ଆସନରେ ଅଧିକାଂଶ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି। ଏହି ନିର୍ବାଚନରେ ​​ଅଧିକାଂଶ ଆସନ ଗ୍ୱାଲିଅର-ଚାମ୍ବଲ ସହିତ ଜଡ଼ିତ। ଯେଉଁଠିକି ମହାରାଜା ସିନ୍ଧିଆଙ୍କ ଗଡ଼।

The post ମଧ୍ୟପ୍ରଦେଶରେ ମ୍ୟାଜିକ ନମ୍ୱର ପାରକଲା ବିଜେପି appeared first on Odisha Reporter.



from Odisha Reporter https://ift.tt/2GQWCqQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages