ପାଟନା: ବିହାରରେ ପୁଣିଥରେ ସରକାର ଗଢ଼ିଛି ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। କିନ୍ତୁ ନୀତୀଶଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିବା ମେୱାଲାଲ୍ ଚୌଧୁରୀ ବିବାଦ ଘେରକୁ ଆସିଛନ୍ତି। ବିହାରର ମୁଖ୍ୟ ବିରୋଧୀ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ (RJD) ମେୱାଲାଲଙ୍କ ଏକ ଭିଡିଓ ଶେଆର୍ କରିଛି, ଯେଉଁଥିରେ ପାର୍ଟି ଦାବି କରିଛି ଯେ ତାଙ୍କୁ (ମେୱାଲାଲ) ଜାତୀୟ ସଂଗୀତ ଆସେନାହିଁ।
ଆରଜେଡି ତା’ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ପତାକାତ୍ତୋଳନ କାର୍ଯ୍ୟକ୍ରମର ଏକ ଭିଡିଓ ଶେଆର୍ କରି ଲେଖିଛି, ‘ଏକାଧିକ ଦୁର୍ନୀତି ମାମଲାରେ ଲିପ୍ତ ଥିବା ବିହାରର ଶିକ୍ଷା ମନ୍ତ୍ରୀ ମେୱାଲାଲ୍ ଚୌଧୁରୀଙ୍କୁ ଜାତୀୟ ସଂଗୀତ ବି ଗାନ କରିବା ଆସେ ନାହିଁ। ନୀତୀଶ କୁମାର ଜୀ ତୁମକୁ ଲଜ୍ଜା ଅଛି କି ନାହିଁ। ତୁମ ଅନ୍ତରଆତ୍ମା କେଉଁଠି ଅଛି?’
भ्रष्टाचार के अनेक मामलों के आरोपी बिहार के शिक्षा मंत्री मेवालाल चौधरी को राष्ट्रगान भी नहीं आता।
नीतीश कुमार जी शर्म बची है क्या? अंतरात्मा कहाँ डुबा दी? pic.twitter.com/vHYZ8oRUVZ
— Rashtriya Janata Dal (@RJDforIndia) November 18, 2020
୩୮ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମେୱାଲାଲ ଜାତୀୟ ସଂଗୀତକୁ ଠିକ୍ ଭାବେ ଗାନ କରିପାରୁନାହାନ୍ତି। ସେ ମଝିରେ ମଝିରେ କିଛି ଭୁଲ୍ କରିଛନ୍ତି, ଯାହା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ବୁଧବାର ଶେଆର୍ କରାଯାଇଥିବା ଏହି ଭିଡିଓ ଜରିଆରେ ଆରଜେଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହାସହ ଆରଜେଡି ପ୍ରଶ୍ନ କରିଛି ଯେ ‘ଜଣେ ଦାଗି ନେତାଙ୍କୁ କିଭଳି ନୀତୀଶ କୁମାର ନିଜ କ୍ୟାବିନେଟରେ ସାମିଲ୍ କଲେ?
ସୂଚନାଯୋଗ୍ୟ, ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ୨୦୧୫ରେ ଅବସର ନେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ନୀତୀଶ କୁମାରଙ୍କ ପାର୍ଟି ଜେଡିୁ ତାଙ୍କୁ (ମେୱାଲାଲ) ସସପେଣ୍ଡ କରିଥିଲା।
The post ଶିକ୍ଷାମନ୍ତ୍ରୀଙ୍କୁ ଗାଇ ଆସେନାହିଁ ଜାତୀୟ ସଂଗୀତ! appeared first on Odisha Reporter.
from Odisha Reporter https://ift.tt/3pJ32Kc
No comments:
Post a Comment