ନୀତୀଶ ସରକାରର ପ୍ରଥମ କ୍ୟାବିନେଟ୍ ମିଟିଂ, ନୂଆ ନିଷ୍ପତ୍ତି କ’ଣ ରହିବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ନୀତୀଶ ସରକାରର ପ୍ରଥମ କ୍ୟାବିନେଟ୍ ମିଟିଂ, ନୂଆ ନିଷ୍ପତ୍ତି କ’ଣ ରହିବ?

ପାଟନା: ସୋମବାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ବିଜେପିର ୭ଜଣ ମନ୍ତ୍ରୀ, ଜେଡିୟୁରୁ ୫ ଜଣ ଏବଂ ହାମ ପାର୍ଟି ଏବଂ ଭିଭିଆଇପି ପାର୍ଟିର ଜଣେ ମନ୍ତ୍ରୀ ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ବିଜେପି ବିଧାନସଭା ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ନୀତୀଶ କୁମାରଙ୍କ କ୍ୟାବିନେଟର ପ୍ରଥମ ବୈଠକ।

ଏଭଳି ପରିସ୍ଥିତିରେ ନୀତୀଶ ସରକାର ତାଙ୍କ ପ୍ରଥମ କ୍ୟାବିନେଟରେ କଣ ନୂଆ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସବୁଠୁ ବଡ଼ କଥା ହେଲା ନୀତୀଶଙ୍କ ଯୋଡ଼ି ସୁଶୀଲ ମୋଦି ଯିଏକି ବିଜେପି ନେତା ଚଳିତ ଥର ତାଙ୍କୁ ଦେଖିବାକୁ ମିଳିବନି। ଦୀର୍ଘ ଦିନ ଧରି ସୁଶୀଲ ମୋଦି ନୀତୀଶଙ୍କ କ୍ୟାବିନେଟରେ ଥିଲେ। ଏଥର କ୍ୟାବିନେଟରେ ବିଜେପିର ଦୁଇ ଉପ ମୁଖ୍ୟମନ୍ତ୍ରୀ ରହିବେ।

ଅନ୍ୟପଟେ କ୍ୟାବିନେଟ୍ ମିଟିଂ ପରେ ମନ୍ତ୍ରିମାନଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏନଡିଏରେ ବିଜେପିକୁ ସର୍ବାଧିକ ଆସନ ମିଳିଛି। ତେଣୁ ଅର୍ଥ, ଗୃହ, ଅବକାରୀ ଏବଂ ରାଜସ୍ୱ ଭଳି ବିଭାଗ କାହା ପାଖରେ ରହିବ ସେ ନେଇ ଆରମ୍ଭ ହୋଇଛି ରାଜନୀତିକ ମିଶାଣ, ଫେଡାଣ।

The post ନୀତୀଶ ସରକାରର ପ୍ରଥମ କ୍ୟାବିନେଟ୍ ମିଟିଂ, ନୂଆ ନିଷ୍ପତ୍ତି କ’ଣ ରହିବ? appeared first on Odisha Reporter.



from Odisha Reporter https://ift.tt/32QY702

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages