କେମିତି ଅଛି ଅଭିନେତା ରାହୁଲ୍ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

କେମିତି ଅଛି ଅଭିନେତା ରାହୁଲ୍ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା?

ମୁମ୍ବାଇ: ୯୦ ଦଶକର ଜଣାଶୁଣା ଅଭିନେତା ରାହୁଲ ରୟ ଶୁଟିଂ କରୁଥିବା ବେଳେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ରାହୁଲ ଏବେ ଆଫାସିଆରର ଶିକାର ହୋଇଛନ୍ତି। ଯାହାଫଳରେ ସେ ନିଜର କଥା କହିବା, ଶୁଣିବା ଶକ୍ତି ହରାଇ ପାରନ୍ତି। ଅଧିକାଂଶ କ୍ଷେତ୍ରରେ ମୁଣ୍ଡରେ ଆଘାତ କିମ୍ବା ଷ୍ଟ୍ରୋକ୍ ପରେ ଏଭଳି ହୋଇଥାଏ। ତେବେ ତାଙ୍କୁ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହେବାର କାରଣ ଜଣାପଡ଼ିନାହିଁ।

ମୁମ୍ବାଇର ନାନାବତୀ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବା ରାହୁଲଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ପ୍ରତି ୬ ଘଣ୍ଟାରେ ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଯାଞ୍ଚ କରିବା ସହ ବିଭିନ୍ନ ଥେରାପି ତାଙ୍କୁ ଦିଆଯାଉଛି। ସୂଚନାଯୋଗ୍ୟ, କାରଗିଲରେ ‘LAC-Live The Battle’ ଫିଲ୍ମର ଶୁଟିଂ କରୁଥିବା ବେଳେ ହଠାତ୍ ରାହୁଲ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲା।

ଏ ନେଇ ରାହୁଲଙ୍କ ସହକଳାକାର ନିଶାନ୍ତ ସିଂହ ମଲଖାନୀ କହିଛନ୍ତି, ରାହୁଲ୍ ଏକଦମ୍ ଠିକ୍ ଥିଲେ। କିନ୍ତୁ ଗତ ମଙ୍ଗଳବାର ଶୁଟିଂ ଚାଲିଥିଲା ବେଳେ ଆମେ ନୋଟିସ୍ କଲୁ ଯେ ରାହୁଲ୍ ଠିକ୍ ଭାବେ ଡାଏଲଗ୍ କହିପାରୁ ନାହାନ୍ତି। ସେ ଡାଏଲଗକୁ ଭୁଲିନଥିଲେ, କିନ୍ତୁ ତାଙ୍କର ଓଠ ଥରୁଥିଲା। ସେହିଦିନ ସନ୍ଧ୍ୟାରେ ଆମେ ଦେଖିଲୁ ସେ ଅଜବ ବ୍ୟବହାର କରୁଛନ୍ତି। ଏହା ଦେଖି ଆମକୁ କିଛି ଗଡ଼ଗଡ଼ ଲାଗିଲା।

ଆମେ ତୁରନ୍ତ ରାହୁଲଙ୍କୁ କାରଗିଲ୍ ହସ୍ପିଟାଲ୍ ନେଇଥିଲୁ। ଏହା ପରେ ତାଙ୍କର ସିଟି ସ୍କାନ୍ କରାଯାଇଥିଲା ଏବଂ ବୁଧବାର ସକାଳେ ରାହୁଲଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣାପଡ଼ିଥିଲା। ମିଲିଟାରୀ ସହାୟତାରେ ରାହୁଲଙ୍କୁ ହେଲିକପ୍ଟର ଜରିଆରେ ଏୟାରଲିଫ୍ଟ କରାଯାଇ ଗୁରୁବାର ଶ୍ରୀନଗର ଅଣାଯାଇଥିଲା। ଏବେ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

The post କେମିତି ଅଛି ଅଭିନେତା ରାହୁଲ୍ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା? appeared first on Odisha Reporter.



from Odisha Reporter https://ift.tt/2VmCRuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages