ଆଜିଠୁ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି, ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 20, 2020

ଆଜିଠୁ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି, ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି ସମ୍ମିଳନୀ। ସାଉଦି ଆରବର ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ। ମୋଟ୍ ୨୦ଟି ଦେଶର ପ୍ରମୁଖ ନେତା ଏହି ସମ୍ମିଳନୀରେ ସାମିଲ୍ ହେବେ। କରୋନା ମହାମାରୀ ପାଇଁ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ଆୟୋଜିତ ହେବାକୁ ଯାଉଛି। ରବିବାର ଏହି ସମ୍ମିଳନୀ ଉଦଯାପନୀ ହେବ।

ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
କରୋନା ମହାମାରୀ ପରେ ଭାରତର ଆର୍ଥିକ ସମସ୍ୟାରେ ପଡ଼ିଛି। ତେଣୁ ଏହି ସମ୍ମିଳନୀ ଭାରତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ବୈଠକରେ କରୋନ ମହାମାରୀ ପ୍ରଭାବ, ଭବିଷ୍ୟତର ସ୍ୱାସ୍ଥ୍ୟ ଯୋଜନା, ମୁକ୍ତ ବ୍ୟାପାର, ଆର୍ଥିକ ବିକାଶ, ବୈଶୟିକ ଅର୍ଥବ୍ୟବସ୍ଥା, ଆତଙ୍କବାଦ, ଜଳବାୟୁ ପରିବର୍ତନ, ରୋଜଗାର ଏବଂ ମହିଳା ସଶକ୍ତିକକଣ ଭଳି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଜି-ଟ୍ୱେଣ୍ଟିରେ କିଏ କିଏ ଅଛନ୍ତି?
ଜି-ଟ୍ୱେଣ୍ଟି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ଗୋଷ୍ଠୀ। ଜି-ଟ୍ୱେଣ୍ଟି ଭଳି ଜି-୭ ରହିଛି। ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକା ଏବଂ କାନାଡା ଏଥିରେ ରହିଛନ୍ତି। ୧୯୯୮ରେ ଋଷିଆ ଏହି ଗ୍ରୁପରୁ ଓହରିଯିବା ପରେ ଜି-୮ରୁ ଜି-୭ ହୋଇଛି। ସେହିପରି ଜି- ଟ୍ୱେଣ୍ଟିରେ ଜି-୭ରେ ସାମିଲ୍ ଥିବା ଦେଶ ରହିଛନ୍ତି। ଏହାବାଦ୍ ଭାରତ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍, ଚାଇନା, ଇଣ୍ଡୋନେସିଆ, ମାକ୍ସିକୋ, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କି, ୟୁରୋପୀୟ ସଂଘ ରହିଛନ୍ତି।

ଜି-ଟ୍ୱେଣ୍ଟିର ପରିକଳ୍ପନା କେବେ ହୋଇଥିଲା?
୧୯୯୯ ମସିହାରେ ଏସିଆରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ସମସ୍ୟାର ସମାଧାନ ପାଇଁ ଜି-୮ ଦେଶ ଜର୍ମାନୀର କୋଲୋନାଙ୍କୁ ଭେଟିଥିଲେ। ଏହାପରେ କେବଳ ୨୦ଟି ଦେଶ ମିଶି ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡିସେମ୍ବର ୧୯୯୯ରେ ୨୦ଚି ଦେଶ ଏକ ହୋଇ ବର୍ଲିନରେ ପ୍ରଥମ ଥର ପାଇଁ ବୈଠକ କରିଥିଲେ। ବିଶ୍ୱ ବ୍ୟାଙ୍କ ସହିତ ମିଶି ଏହି ଗୋଷ୍ଠୀ ଅନେକ ପ୍ରସଙ୍ଗରେ କାମ କରିଥାଏ।

The post ଆଜିଠୁ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି, ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? appeared first on Odisha Reporter.



from Odisha Reporter https://ift.tt/2J1f152

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages