ଦିଲ୍ଲୀରେ ‘ପରୀ’ ପାଇଁ ନ୍ୟାୟ ଦାବି କଲେ ସମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ଦିଲ୍ଲୀରେ ‘ପରୀ’ ପାଇଁ ନ୍ୟାୟ ଦାବି କଲେ ସମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପହଞ୍ଚିଲା ନୟାଗଡ ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲା । ପରୀକୁ ନ୍ୟାୟ ଦେବ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ।

ସମ୍ୱିତ କହିଛନ୍ତି, ଦୁର୍ବୃତ୍ତମାନେ ୫ ବର୍ଷର ଝିଅକୁ  ଅପହରଣ କରି ହତ୍ୟା କରି ତାର ମୃତଦେହକୁ କେମିକାଲ ପକାଇ ନଷ୍ଟ କରିଦେଇଛନ୍ତି । ଏବଂ ପରେ ତା’ର ହାଡକୁ ଆଣି ଘରେ ଫିଙ୍ଗିଛନ୍ତି । ଏହାଠୁ ବଡ ଜଘନ୍ୟକାଣ୍ଡ ଆଉ କ’ଣ ହୋଇପାରେ । ତେଣୁ ପରୀକୁ ଏବଂ ତାର ପରିବାରକୁ ନ୍ୟାୟ ମିଳୁ ।

ଏନ୍ସିପିସିଆରର ଟିମ୍ ନୟାଗଡ଼ ଯାଇ ତଦନ୍ତ କରିବାକୁ ଦାବି କରିଛନ୍ତି ସମ୍ବିତ  । ପରୀର ଅଙ୍ଗବିଶେଷ ଚୋରି ହୋଇଛି କି ନାହିଁ, ତାକୁ କିଏ ଓ କାହିଁକି ହତ୍ୟା କଲା, ସେନେଇ ତଦନ୍ତ କରିବାକୁ ସମ୍ବିତ ଦାବି କରିଛନ୍ତି । ପରୀ ହତ୍ୟା ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କର କି ଭୂମିକା ରହିଛି, ତାହାର ମଧ୍ୟ ତଦନ୍ତ କରାଯାଉ । ତଦନ୍ତରେ କାହିଁକି ବିଳମ୍ବ ହେଲା ଓ ପରୀକୁ ନ୍ୟାୟ ଦେବା ଲାଗି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଜଣାଇବା ଲାଗି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସମନ କରିବାକୁ ମଧ୍ୟ ସମ୍ବିତ ଦାବି କରିଛନ୍ତି । ଦୁଇ ଅଧିକାରୀଙ୍କୁ ଦିଲ୍ଲୀ ଡାକି ପଚାରିବା ଲାଗି ସମ୍ବିତ ତାଙ୍କ ସ୍ମାରକପତ୍ରରେ ଦାବି କରିଛନ୍ତି ।

ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ  ଲେଢ଼ଇ ଜାରି ରହିବ । ଏହି ଲେଢ଼ଇ ନୟାଗଡରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ  ଯିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ୱିଟ କରିଥିଲେ ।

The post ଦିଲ୍ଲୀରେ ‘ପରୀ’ ପାଇଁ ନ୍ୟାୟ ଦାବି କଲେ ସମ୍ବିତ appeared first on Odisha Reporter.



from Odisha Reporter https://ift.tt/2JdJ1eq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages