ଶ୍ରୀନଗର: ପୁଣିଥରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି ଜମ୍ମୁ କଶ୍ମୀରର ସ୍ଥାନୀୟ ବାସିନ୍ଦା। ଆତଙ୍କବାଦୀ ପୁଲଓ୍ୱାମାରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହେବାରୁ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ବୁଧବାର ସଂଧ୍ୟାରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ଜମ୍ମୁ କଶ୍ମୀର ପୁଲିସ ସ୍ପଷ୍ଟ କରିଛି।
ସମସ୍ତ ଆହତ ସାଧାରଣ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲଓ୍ୱାମା ପୁଲିସ କହିଛି ଯେ ଆତଙ୍କବାଦୀ ମାନେ ପାଖାପାଖି ସଂଧ୍ୟା ୬ଟା ସମୟରେ ସିଆରପିଏଫ ୪୧ ବାଟାଲିଅନର ବଙ୍କର ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହୋଇଥିଲା। ତେଣୁ ସ୍ଥାନୀୟ ଲୋକେ ଏଥିରେ ଆହତ ହୋଇଛନ୍ତି। ପୁଲିସ ଏବେ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି। ପୁଲଓ୍ୱାମା ଚୌକ କାକାପୋରା ଅଞ୍ଚଳକୁ ଏବେ ସୁରକ୍ଷାକର୍ମୀ ଘେରିଯାଇଛନ୍ତି।
The post ବର୍ତ୍ତିଗଲେ ସିଆରପିଏଫ୍ ଯବାନ, ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ୧୨ ସାଧାରଣ ଲୋକ ଆହତ appeared first on Odisha Reporter.
from Odisha Reporter https://ift.tt/2UHFOWl
No comments:
Post a Comment