ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ମାତିଛନ୍ତି ଲୁଟେରା। ଗତକାଲି ରାତିରେ ସହର ନିକଟସ୍ଥ ଗୋଳନ୍ଥରା ଥାନା ଶାସନପଦର ଗାଁରେ ଲୁଟେରା ମାନେ ଜନୈକ ବ୍ୟକ୍ତିଙ୍କ ଘରର ଗ୍ରୀଲ୍ କାଟି ୭ ଭରି ସୁନା ଅଳଙ୍କାର, ୨୦ ଭରି ରୁପା ଏବଂ ୨୫ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏହାସହ ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ଘରୁ ଚୋରି କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
The post ଗ୍ରୀଲ୍ କାଟି ପଶିଲେ; ସୁନା, ରୁପା ଲୁଟିଲେ appeared first on Odisha Reporter.
from Odisha Reporter https://ift.tt/3lNP3QF
No comments:
Post a Comment