ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଏକ ବିବାଦୀୟ ଜମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁ ରକ୍ତପାତ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ମହୁଲି ଗ୍ରାମରେ ଠାକୁରାଣୀଙ୍କ ନାମରେ ଥିବା ଜମିକୁ ଦୀର୍ଘ ଦିନ ହେଲା ଗ୍ରାମବାସୀ ଚାଷ କରି ଆସୁଥିଲେ ।  କିନ୍ତୁ କିଛି ବର୍ଷ ହେବ ଠାକୁରାଣୀ ପୂଜକଙ୍କ ( ପୂଜାରୀ )ଙ୍କ ପରିବାର ତଥା ଯାନୀ ସାହିର କେତେକ ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଘଟଣା କୋର୍ଟକୁ ଯାଇଥିଲା l ଏହାପରେ ଉକ୍ତ ଜମିରେ ୧୪୪ ଧାରା ଜାରି ହୋଇଥିଲା । କିନ୍ତୁ ମନ୍ଦିର ପୂଜକଙ୍କ ବିରୋଧ ସତ୍ତ୍ୱେ ଗ୍ରାମବାସୀ ଉକ୍ତ ଜମିକୁ ଚଳିତ ବର୍ଷ ପୁଣି ଚାଷ କରିଥିଲେ ।

ଗ୍ରାମବାସୀ ଗତକାଲି ଧାନ କାଟିବା ସମୟରେ ପୂଜାରୀଙ୍କ ପରିବାର ପହଞ୍ଚି ବିରୋଧ କରିଥିଲେ । ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ହଣାକଟା ଆରମ୍ଭ ହୋଇଥିଲା । ଉଭୟପକ୍ଷ ପରସ୍ପରକୁ  ଠେଙ୍ଗା, ଟାଙ୍ଗିଆ ଧନୁ,ତୀର ଆଦିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା l ଉଭୟ ପକ୍ଷରୁ ୮ରୁ  ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲେ l ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନା ଓ ପାପଡ଼ାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l

ଏନେଇ ଉଭୟ ପକ୍ଷରୁ ପାପଡାହାଣ୍ଡି ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡିରେ ଏତଲା ଦିଆଯାଇଛି l ତୁମ୍ବର୍ଲା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ବ୍ୟବହୃତ ହୋଇଥିବା ଟାଙ୍ଗିଆ, ଧନୁ, ଶରକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି l

 

The post ଜମି ବିବାଦରୁ ହେଲା ରକ୍ତପାତ, ୯ ଆହତ appeared first on Odisha Reporter.



from Odisha Reporter https://ift.tt/36Xf1LJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages