“ନବୀନଙ୍କ ଭଳି ପ୍ରଗତିଶୀଳ ନେତା ରାଜ୍ୟରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 21, 2020

“ନବୀନଙ୍କ ଭଳି ପ୍ରଗତିଶୀଳ ନେତା ରାଜ୍ୟରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ବିଜେପି ନେତା ରାମ ମାଧବ। ରାମ ମାଧବ ଟ୍ୱିଟ୍‌ କରି କହିଛନ୍ତି, ରିପବ୍ଲିକ ଟିଭି ବିରୋଧରେ ମହାରାଷ୍ଟ୍ର ସରକାର ଯେପରି ପଦକ୍ଷେପ ନେଉଛି, ଠିକ୍ ସେହିଭଳି ଢଙ୍ଗରେ ଓଟିଭି ବିରୋଧରେ ଓଡ଼ିଶା ସରକାର ପଦକ୍ଷେପ ନେଉଛନ୍ତି। ଚ୍ୟାନେଲ୍ ପ୍ରମୋଟର ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭିର ଷ୍ଟାଫ୍ ମାନଙ୍କୁ ପୁଲିସ ଜାଣିଶୁଣି ହଇରାଣ କରୁଛି। ରାଜନୈତିକ ଆକ୍ରୋଶ ରଖି ଏପରି ପଦକ୍ଷେପ ନିଆଯାଉଛି।

ଜଣେ ପ୍ରଗତିଶୀଳ ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ ବୋଲି ରାମ ମାଧବ ଟ୍ୱିଟ୍ କରି କହିଛନ୍ତି। ଏପରିକି ସେମାନେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି। ସେମାନେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ମଧ୍ୟ ଉଚିତ। ତଦନ୍ତବେଳେ କୌଣସି ରାଜନୈତିକ ହସ୍ତକ୍ଷେପ ନ ରହୁ ବୋଲି ରାମ ମାଧବ ଟ୍ୱିଟ୍ କରିଛନ୍ତି। ଏହା ସହ ସେ କହିଛନ୍ତି ମୁଁ ନିଶ୍ଚିତ ଯେ, ଆପଣଙ୍କ ସରକାର କୌଣସି ରାଜନୈତିକ ହସ୍ତକ୍ଷେପ କରିବେନି।

ସୂଚନାଯୋଗ୍ୟ, ଗତ କିଛିମାସ ଧରି ରାଜ୍ୟ ସରକାର ବାରମ୍ବାର ଓଟିଭିକୁ ହଇରାଣ କରୁଛନ୍ତି। ଯାହାକୁ ନେଇ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ରାଜ୍ୟ ସରକାରଙ୍କ ଆକ୍ରୋଶ ମାମଲାର ତଦନ୍ତ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା କରାଯିବା ନେଇ ଅପିଲ୍ କରିଛନ୍ତି। ରାଜ୍ୟ ଅଧିକାରୀଙ୍କ ପକ୍ଷପାତ ଆଚରଣ ଯୋଗୁ କେନ୍ଦ୍ର ତଦନ୍ତ କରୁ ବୋଲି ଜଗି କହିଛନ୍ତି।

The post “ନବୀନଙ୍କ ଭଳି ପ୍ରଗତିଶୀଳ ନେତା ରାଜ୍ୟରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ” appeared first on Odisha Reporter.



from Odisha Reporter https://ift.tt/398waEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages