ଟ୍ରାଫିକ୍ ନିୟମ ଭାଙ୍ଗିଲେ ବାଇକ୍ ଚାଳକ, ପୁଲିସ୍ ଧରାଇଲା ୨ ମିଟର୍ ଲମ୍ବା ଚାଲାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 2, 2020

ଟ୍ରାଫିକ୍ ନିୟମ ଭାଙ୍ଗିଲେ ବାଇକ୍ ଚାଳକ, ପୁଲିସ୍ ଧରାଇଲା ୨ ମିଟର୍ ଲମ୍ବା ଚାଲାଣ

ବେଙ୍ଗାଲୁରୁ: ସାଧାରଣତଃ ଜଣେ ବ୍ୟକ୍ତି ଯଦି ଟ୍ରାଫିକ୍ ନିୟମ ଭାଙ୍ଗେ, ତା’ଠାରୁ ପୁଲିସ୍ ଚାଲାଣ କାଟିଥାଏ। ଏପରିକି ବ୍ୟକ୍ତିଜଣକ ଚାଲାଣ ନକାଟିବା ପାଇଁ ମଧ୍ୟ ପୁଲିସକୁ ଅନୁରୋଧ କରିଥାଏ। କିନ୍ତୁ ଆମେ ଏଭଳି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ, ଯାହାଙ୍କ ନାଁରେ ଚାଲାଣର ଲମ୍ବା ତାଲିକା ରହିଛି। ବେଙ୍ଗାଲୁରୁର ଜଣେ ଦୁଇଚକିଆ ଗାଡ଼ିର ଚାଳକଙ୍କ ଚାଲାଣ ଏବେ ଲମ୍ବା କଟାଯାଇଛି ଯେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମଡ଼ିୱାଲାର ଅରୁଣ କୁମାର ପେସାରେ ଜଣେ ପରିବା ବିକାଳୀ। କିନ୍ତୁ ତାଙ୍କର ସବୁଠାରୁ ଖରାପ ଅଭ୍ୟାସ ଯେ ସେ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧନ୍ତି ନାହିଁ। କିନ୍ତୁ ଏଥର ତାଙ୍କ ଉପରେ ଯେତେ ଟଙ୍କାର ଜୋରିମାନା ଲାଗିଛି, ତାହା ଜଣେ ସ୍ୱପ୍ନରେ ସୁଦ୍ଧା ଭାବିନଥିବ।

କିଛି ଦିନ ତଳେ ଟ୍ରାଫିକ୍ ପୁଲିସ୍ ଅରୁଣଙ୍କୁ ବିନା ହେଲମେଟରେ ଗାଡ଼ି ଚଳାଉଥିବା ନେଇ ଧରିଥିଲା। ସାଧାରଣତଃ ୫୦୦ କିମ୍ବା ୧୦୦୦ ଟଙ୍କାର ଜୋରିମାନା ଦେବା ପରେ ମାମଲା ଶେଷ ହୋଇଯାଇଥାଏ। କିନ୍ତୁ ଅରୁଣଙ୍କୁ ପୁଲିସ୍ ଧରାଇଛି ୨ ମିଟର୍ ଲମ୍ବା ଚାଲାଣ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଅରୁଣ କିଛି ଦିନ ତଳେ ୨୦ ଟଙ୍କା ଦେଇ ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି କିଣିଥିଲେ। କିନ୍ତୁ ପୁଲିସ୍ ତାଙ୍କଠୁ ଏହାଠାରୁ ଅଧିକ ଟଙ୍କାର ଚାଲାଣ କାଟିଛି।

ଅରୁଣ ଏପର୍ଯ୍ୟନ୍ତ ୭୭ଥର ଯାତାୟତ ନିୟମର ଉଲ୍ଲଙ୍ଘନ କରିଛନ୍ତି, ଯେଉଁକାରଣରୁ ତାଙ୍କ ଉପରେ ୪୨ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି। ଏବେ ପୁଲିସ୍ ତାଙ୍କଠାରୁ ଗାଡ଼ି ଜବତ କରିନେଇଛି। ଅରୁଣ ମଧ୍ୟ ଏତେ ଟଙ୍କାର ଜୋରିମାନା ଦେବା ପାଇଁ ପୁଲିସଠାରୁ ସମୟ ମାଗିଛନ୍ତି।

The post ଟ୍ରାଫିକ୍ ନିୟମ ଭାଙ୍ଗିଲେ ବାଇକ୍ ଚାଳକ, ପୁଲିସ୍ ଧରାଇଲା ୨ ମିଟର୍ ଲମ୍ବା ଚାଲାଣ appeared first on Odisha Reporter.



from Odisha Reporter https://ift.tt/2HS8c5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages