ନୂଆଦିଲ୍ଲୀ: ଦେଶର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର। ୨୨ ରାଜ୍ୟରେ ନ୍ୟାଶନାଲ ଫ୍ୟାମିଲି ହେଲଥ-୫ (ଏନଏଫଏଚଏସ) ଏକ ସର୍ଭେ କରିଛି। ଯେଉଁଥିରେ ୨୦ଟି ରାଜ୍ୟରେ ୫ ବର୍ଷରୁ କମ୍ ଛୋଟ ପିଲା ମେଦ ବହୁଳତାର ଶିକାର ହୋଇଛନ୍ତି। ଆଉ ଏହି ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି।
୨୦୧୫-୧୬ରେ ଏନଏଫଏଚଏସ-୪ ଅନ୍ତିମ ସର୍ଭେ କରିଥିଲା। ଏବେ ଏନଏଫଏଚଏସ ପଞ୍ଚମ ସର୍ଭେ କରିଛି। ମହାରାଷ୍ଟ୍ର, ଗୁଜରାଟ, ମିଜୋରାମ, ତ୍ରିପୁରା, ଲାକ୍ଷାଦ୍ୱୀର, ଜମ୍ମୁ କଶ୍ମୀର ଏବଂ ଲଦାଖରେ ମେଦ ବହୁଳତା ପିଲାଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ହେଲେ ଗୋଆ, ଦାଦରା ନଗର ହାବେଲିରେ କିନ୍ତୁ ଏହି ସଂଖ୍ୟା କମ୍ ରହିଛି।
ଲଦାଖରେ ସର୍ବାଧିକ ୧୩.୪ ପ୍ରତିଶତ ଛୋଟ ପିଲା ମେଦ ବହୁଳତାର ଶିକାର ହୋଇଛନ୍ତି। ଲାକ୍ଷାଦ୍ୱୀପରେ ୧୦.୫, ମିଜୋରାମରେ ୧୦ ପ୍ରତିଶତ, ଜମ୍ମୁ କଶ୍ମୀର ଏବଂ ସିକ୍କିମରେ ୯.୬ ପ୍ରତିଶତ ଛୋଟ ଛୁଆ ମେଦ ବହୁଳତାର ଶିକାର ହୋଇଥିବା ସର୍ଭେରୁ ଜଣାପଡ଼ିଛି।
ଖାଲି ଛୋଟ ପିଲା ନୁହେଁ ବୟସ୍କଙ୍କ ପାଖରେ ମଧ୍ୟ ସମାନ ସ୍ୱାସ୍ଥ୍ୟାବସ୍ଥା ଦେଖିବାକୁ ମିଳିଛି। ୧୬ ରାଜ୍ୟର ମହିଳା ଏବଂ ୧୯ ରାଜ୍ୟର ପୁରୁଷ ମୋଟାପଣର ଶିକାର ହୋଇଛନ୍ତି। ଏହି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଣ୍ଡାମାନ ନିକୋବାରର ୩୮ ପ୍ରତିଶତ ମହିଳା ମେଦ ବହୁଳତାର ଶିକାର ହୋଇଛନ୍ତି। ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ମେଦ ବହୁଳତାର ଆକଳନ ବିଏମଆଇ ଆଧାରରେ ହୋଇଛି। ଆଉ ଛୋଟ ପିଲାଙ୍କ ମେଦ ବହୁଳତା ସେମାନଙ୍କ ଉଚ୍ଚତା ଏବଂ ଓଜନକୁ ନେଇ ସର୍ଭେ ହୋଇଛି।
ବିଶେଷଜ୍ଞଙ୍କ ଏ ନେଇ ମତ ରଖିଛନ୍ତି। ଛୋଟ ଛୁଆ ହୁଅନ୍ତୁ ଅବା ସବୁ ବର୍ଗର ମଣିଷଙ୍କ ଏଭଳି ଅବସ୍ଥା ପାଇଁ ଖାଦ୍ୟ ଦାୟୀ। ଠିକ୍ ଜିନିଷ ଖାଇବାରେ ଗ୍ରହଣ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ମତ ପ୍ରକାଶ ପାଇଛି। ପବ୍ଲିକ ହେଲଥ ନ୍ୟୁଟ୍ରିସନ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ପ୍ରତିଷ୍ଠାତା ତଥା ଡିରେକ୍ଟର ଶୀଲା ବୀର କହିଛନ୍ତି ଲୋକମାନେ କ’ଣ ଖାଇବା ଦରକାର ଓ ପିଇବା ଦରକାର ସେ ବାବଦରେ ସଚେତନ ନାହାନ୍ତି। ଯାହା ମିଳୁଛି ସେମାନେ ଖାଉଛନ୍ତି। ହାଇ ଫେଟ୍ ଏବଂ ହାଇ ସୁଗାର ଯୁକ୍ତ ଖାଦ୍ୟ ବଜାରରେ ଅଧିକ ଉପଲବ୍ଧ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସେ କହିଛନ୍ତି।
କରୋନା ମହାମାରୀ ପାଇଁ ଛୋଟ ପିଲା ପାଖରୁ ବୁଢ଼ା ସମସ୍ତେ ଘରେ ରହିଛନ୍ତି। ଛୋଟ ଛୁଆଙ୍କର ଟିଉସନ ଓ ସ୍କୁଲ୍ ମଧ୍ୟ ବନ୍ଦ ରହିଛି। ଶାରୀରିକ କାମ କମିଯାଇଛି ତେଣୁ ଏବେ ମେଦ ବହୁଳତା ବଢ଼ିଛି। ଯାହାକି ବିପଦ ବୋଲି ଶୀଲା ବୀର କହିଛନ୍ତି।
The post ଦେଶର ଅଧିକାଂଶ ଛୋଟ ପିଲା ମେଦ ବହୁଳତାର ଶିକାର appeared first on Odisha Reporter.
from Odisha Reporter https://ift.tt/3nt6Pti
No comments:
Post a Comment