ହୋଟେଲ୍ ରୁମ୍‌ରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ହୋଟେଲ୍ ରୁମ୍‌ରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସହରର ଏକ ହୋଟେଲ୍ ରୁମ୍ ଭିତରୁ ଜଣେ କୋଭିଡ୍ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି । ସେ ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ  ।

ଗତକାଲି ଅପରାହ୍ନରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଡାକିବା ପରେ ମଧ୍ୟ ସେ ନ ଶୁଣିବାରୁ ପୁଲିସ୍‌କୁ ଖବର ଦିଆଯାଇଥିଲା । ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା  ।

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  । ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

The post ହୋଟେଲ୍ ରୁମ୍‌ରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/33N1bdK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages