ପାଟନା: ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକ ଯେ ଦିନେ ଆଉ କାହାର ହୋଇଯିବ, ତାହା ସହ୍ୟ କରିବା ଯେକୌଣସି ଯୁବତୀ ପକ୍ଷେ ଅତ୍ୟନ୍ତ କଷ୍ଟକର। ଏପରି ଦୁଃଖକୁ ସହି ନ ପାରି କେତେବେଳେ ପ୍ରେମିକା ନିଜ ଜୀବନ ହାରିବାକୁ ଚେଷ୍ଟା କରିଥାଏ ତ କେତେବେଳେ ପ୍ରେମିକ ଉପରେ ଆକ୍ରମଣ କରିବାକୁ ପଛାଇ ନ ଥାଏ। କିନ୍ତୁ ବିହାରର ନାଳନ୍ଦାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା।
ନିଜ ପ୍ରେମିକର ବିବାହକୁ ସହ୍ୟ ନ କରି ଯୁବତୀଜଣକ ଘଟାଇଛନ୍ତି ଅଭାବନୀୟ ଘଟଣା। ପ୍ରେମିକଙ୍କ ବିବାହ ହୋଇ ସାରିଥିବା ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ। ଏହାପରେ ପ୍ରେମିକଙ୍କ ପତ୍ନୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କ ଆଖିରେ ଫେବିକୁଇକ୍ ଲଗାଇ ଦେଇଥିଲେ। ଯୁବତୀଜଣକୁ ପୁଲିସ୍ ଗିରଫ କରିଥିବା ବେଳେ ନବବଧୂଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସମ୍ପୃକ୍ତ ଯୁବତୀଙ୍କର ଉକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଚାଲିଥିଲା। କିନ୍ତୁ ଗତ ଡିସେମ୍ବର ୧ ତାରିଖରେ ଯୁବକଜଣକ ଅନ୍ୟତ୍ର ବିବାହ କରାଇ ନେଇଥିଲେ। ଏହି ଖବର ପାଇବା ପରେ ପ୍ରେମିକକୁ ପାନେ ଦେବାକୁ ତାଙ୍କ ଘରେ ପହଞ୍ଚିଲେ ପ୍ରେମିକା। ତାଙ୍କ ଘରେ ଲୁଚି ଲୁଚି ପଶିଥିଲେ। ଏହାପରେ ଶୋଇଥିବା ନବବଧୂଙ୍କୁ ଦେଖି ତାଙ୍କ ପରେ ରାଗ ଶୁଝାଇବାକୁ ଚେଷ୍ଟା କରିଥିଲେ।
ପ୍ରଥମେ ଯୁବତୀଜଣକ ତାଙ୍କ ଚୁଟି କାଟି ଦେଇଥିଲେ। ଏହାପରେ ତାଙ୍କ ଆଖିରେ ଫେବିକୁଇକ ଲଗାଇ ଦେଇଥିଲେ। ନବବଧୂଜଣକ କିଛି ଦେଖି ନ ପାରି ଚିତ୍କାର କରିବାରୁ ଯୁବତୀଜଣକ ତାଙ୍କୁ ନିର୍ଧୂମ ପିଟିଥିଲେ। ଏହାପରେ ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ କାବୁ କରି ପୁଲିସ୍ ଜିମା ଦେଇଥିଲେ।
ଏହାପରେ ନବବଧୂଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେବାରୁ ପୁଲିସ୍ ମୁତୟନ ହୋଇଥିବା ଜଣାଯାଇଛି।
The post ପ୍ରେମିକ ବିବାହରେ ଖପ୍ପା ଯୁବତୀ, ନବବଧୂ ଆଖିରେ ଫେବିକୁଇକ୍ ଲଗାଇ ନିର୍ଧୂମ ପିଟିଲେ appeared first on Odisha Reporter.
from Odisha Reporter https://ift.tt/3lyoD4O
No comments:
Post a Comment