ରାସ୍ତା କଡ଼ରେ ଭିକ ମାଗୁଛନ୍ତି ଆଇଆଇଟିର ପୂର୍ବତନ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ରାସ୍ତା କଡ଼ରେ ଭିକ ମାଗୁଛନ୍ତି ଆଇଆଇଟିର ପୂର୍ବତନ ଛାତ୍ର

ଭୋପାଳ: ବିଧିର ବିଧାନ ଆଗରେ ସବୁ କିଛି ଅସହାୟ। ଏକଥା ପୁଣିଥରେ ପ୍ରମାଣିତ ହୋଇଛି। ବୟସ ପାଖାପାଖି ୯୦ ହେବ। ଦେହର ଚମ ଧୁଡ଼ଧୁଡ଼ ହେଇଗଲାଣି। ତଥାପି ବଞ୍ଚିବାର ରାହା ଖୋଜି ରାସ୍ତା କଡ଼ରେ ଭିକ ମାଗୁଛନ୍ତି। ଭିକ ମାଗୁଥିଲେ ହେଁ ତାଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଇଂରାଜୀ। ଆମେ ଏଠି ଏମିତି ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ କାହାଣୀ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ୯୦ ବର୍ଷୀୟ ରାସ୍ତା କଡ଼ର ଭିକାର ହେଉଛନ୍ତି ଆଇଆଇଟି କାନପୁରର ପୂର୍ବତନ ଛାତ୍ର। ଆଇଆଇଟିରେ ସେ ମେକାନିକାଲ ଇଞ୍ଜିନିୟରରେ ପାସ କରିଥିଲେ। କିନ୍ତୁ ସମୟ ବିତିବା ସହ ସେ ଆଜି ଇଞ୍ଜିନିୟରରୁ ରାସ୍ତା କଡ଼ର ଭିକାରୀ ବନି ଯାଇଛନ୍ତି। ତାଙ୍କ ନାଁ ସୁରେନ୍ଦ୍ର ବଶିଷ୍ଠ। ତାଙ୍କୁ ଗ୍ୱାଲିୟର ଜିଲ୍ଲାର ଗୋଟିଏ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଛି।

କିଛି ଦିନ ତଳେ ଜଣେ ପୂର୍ବତନ ପୁଲିସ୍‌ ଅଫିସରଙ୍କୁ ରାସ୍ତା କଡ଼ରୁ ଭିକ ମାଗୁଥିବା ଅବସ୍ଥାରେ ଉଦ୍ଧାର କରିଥିବା ଆଶ୍ରମ ସ୍ୱର୍ଗ ସଦନ ଏଥର ସୁରେନ୍ଦ୍ରଙ୍କୁ ଠାବ କରିଛି। ସଦନ ପକ୍ଷରୁ କୁହାଯାଇଛି ଯେ ଆମେ ସୁରେନ୍ଦ୍ରଙ୍କୁ ଅତ୍ୟନ୍ତ ଖରାପ ସ୍ଥିତିରେ ଉଦ୍ଧାର କରିଛୁ। ଗ୍ୱାଲିୟରର ଗୋଟିଏ ବସଷ୍ଟାଣ୍ଡ ନିକଟ ରାସ୍ତାରେ ସେ ପଡ଼ି ରହିଥିବା ବେଳେ ତାଙ୍କୁ ଠାବ କରାଯାଇଛି। ଆମେ ଯେତେବେଳେ ତାଙ୍କ ସହ କଥା ହୋଇଥିଲୁ ସେ ଅନର୍ଗଳ ଇଂରାଜୀ କହି ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ। ଆମେ ତାଙ୍କୁ ଆଶ୍ରମକୁ ଆଣିଛୁ ଓ ଏବେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଉଛି।

୧୯୬୯ ମସିହାରେ ଆଇଆଇଟି କାନପୁରରେ ସୁରେନ୍ଦ୍ର ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୧୯୭୨ରେ ସେ ଲକ୍ଷ୍ନୌରୁ ଏଲଏମଏଲ ପାସ କରିଥିଲେ। ତାଙ୍କ ବାପା ଜେସି ମିଲ୍ସରେ ସପ୍ଲାଏର ଭାବେ କାର୍ଯ୍ୟ କରୁଥିଲେ, ଯାହା ୧୯୯୦ରେ ବନ୍ଦ ହୋଇଯାଇଥିଲା। ସମୟକ୍ରମେ ସୁରେନ୍ଦ୍ର ମାନସିକ ଭାରସାମ୍ୟ ହରାଇଥିଲେ। ଏହାପରେ ସେ ମେକାନିକାଲ ଇଞ୍ଜିନିୟରରୁ ରାସ୍ତାକଡ଼ ଭିକାରୀ ବନି ଯାଇଥିଲେ।

The post ରାସ୍ତା କଡ଼ରେ ଭିକ ମାଗୁଛନ୍ତି ଆଇଆଇଟିର ପୂର୍ବତନ ଛାତ୍ର appeared first on Odisha Reporter.



from Odisha Reporter https://ift.tt/2VRxhRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages