ଗୌହାଟି: କୁହୁଡି ସାଜିଲା କାଳ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କ୍ରୁଜ ଜିପଟି ଖାଲକୁ ଖସିପଡ଼ିଛି। ୧୫ ଜଣ ଯାତ୍ରୀଙ୍କୁ ନେଇ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଜିପଟି ଦୁର୍ଘଟଣାର ଶିକାର ହୋଇଛି। ସମସ୍ତଙ୍କୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଆସାମର କରିମଗଞ୍ଜ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ କହିଛି।
ପଥରକାଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁକିତାଲ ଅଞ୍ଚଳର ଗୋପିଟିଲାରେ ଏହି ଦୁର୍ଘଟଣା ଘଟିଛି। ଗାଡିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବା ସ୍ଥାନୀୟ ପୁଲିସ ସ୍ପଷ୍ଟ କରିଛି। ତିନି ଜଣ ଗୁରୁତର ରହିଛନ୍ତି। ଆହତଙ୍କୁ କରିମଗଞ୍ଜ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ କହିଛି।
The post କୁହୁଡ଼ି ସାଜିଲା କାଳ, ଖାଲକୁ ଖସିପଡ଼ିଲା କ୍ରୁଜ୍ ଜିପ୍ appeared first on Odisha Reporter.
from Odisha Reporter https://ift.tt/347LQ7Q
No comments:
Post a Comment