ନର୍ଗିସଙ୍କ ପ୍ରେମରେ ପାଗଳ ଥିଲେ ଶୋ’ ମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

ନର୍ଗିସଙ୍କ ପ୍ରେମରେ ପାଗଳ ଥିଲେ ଶୋ’ ମ୍ୟାନ୍

ମୁମ୍ବାଇ: ବଲିଉଡର ଶୋ’ମ୍ୟାନ ତଥା ଗଡ ଫାଦର ରାଜ କପୁର । ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ଥିଲେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ଥିଲେ ଶୋ’ମ୍ୟାନ । ୧୯୨୪ ଡିସେମ୍ବର ୧୪ରେ ପେଶାୱରେ ଜନ୍ମଗ୍ରହଣ କରିଥିବା ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ ସମ୍ପର୍କକୁ ନେଇ ଆଜି ବି ଚର୍ଚ୍ଚିତ । ସେମାନଙ୍କ ସମ୍ପର୍କକୁ ନେଇ ଆଜି ବି ବି-ଟାଉନର ଗଳିରେ ଅନେକ କଥା ଶୁଣିବାକୁ ମିଳେ ।

୧୦ ବର୍ଷ ବୟସରେ ବଲିଉଡରେ ପାଦ ଥାପିଥିଲେ ରାଜ କପୁର । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଅଭିନୟ ଜୀବନ ଭିତରେ ୧୯୪୫ ମସିହାରେ ନର୍ଗିସଙ୍କ ସହ ତାଙ୍କର ପ୍ରଥମ ଦେଖାହୁଏ । ପ୍ରଥମ ଦେଖାରୁ ହିଁ ରାଜ କପୁର ନର୍ଗିସଙ୍କ ପ୍ରେମରେ ପଡିଯାଇଥିଲେ । ବି-ଟାଉନରେ ସବୁଠାରୁ ସଫଳ ଅଭିନେତ୍ରୀ ଥିବା ନର୍ଗିସଙ୍କ ପାଇଁ ପାଗଲ ଥିଲେ ବଲିଉଡର ଗଡ ଫାଦର ।  କପରି ଥିଲା ନର୍ଗିସଙ୍କ ସହ ରାଜଙ୍କ ପ୍ରଥମ ଦେଖା ?

୧୯୪୮ ମସିହାରେ ‘ଆଗ୍’ ଫିଲ୍ମର ଶୁଟିଂ ପାଇଁ ଲୋକେସନ୍ ଖୋଜୁଖୋଜୁ ସେ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଯତନ ବାଈଙ୍କ ଘରେ ପହଞ୍ଚିଥିଲେ ରାଜ କପୁର। ସେଇଠି ତାଙ୍କର ପ୍ରଥମ ଭେଟ ହୋଇଥିଲା ଯତନ ବାଈଙ୍କ ଝିଅ ସହ, ଯିଏ ରାଜଙ୍କ ଡାକ ଶୁଣି କବାଟ ଖୋଲିଥିଲେ । ସେତେବେଳେ ବେସନ ଲାଗିଥିଲା ଝିଅଟିର କପାଳରେ। ରାଜ କପୁରଙ୍କୁ ଏଇ ଝିଅ ଖୁବ୍ ଇମ୍ପ୍ରେସ୍ କରିଥିଲା ଏବଂ ସେହି ଝିଅକୁ ହିଁ ଫିଲ୍ମରେ ନେବା ପାଇଁ ସେ ତାଙ୍କ ସ୍କ୍ରିପ୍ଟ ରାଇଟରଙ୍କୁ ଫୋନ୍ କରିଥିଲେ । ତା’ ପରେ ଆରମ୍ଭ ହେଲା, ରାଜ କପୁରଙ୍କ ବହୁଚର୍ଚ୍ଚିତ ଅଫ୍ ସ୍କ୍ରିନ୍ ରୋମାନ୍ସ। ସେଇ ଝିଅ ହେଉଛନ୍ତି ନର୍ଗିସ୍। ପରେ ୧୯୪୮ ମସିହାରେ ରାଜ କପୁର ଏବଂ ନର୍ଗିସ ଏକାଠି ‘ଆଗ’ ଫିଲ୍ମରେ କାମ କରିଥିଲେ ।  ପରଦାରେ ନର୍ଗିସ ଏବଂ ରାଜଙ୍କ ଯୋଡି ଯେତିକି ସୁପରହିଟ୍ ଥିଲା ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହି ଯୋଡିକୁ ସମସ୍ତେ ପସନ୍ଦ କରୁଥିଲେ । ଦୁହେଁ ଏକାଠି ୧୬ଟି ଫିଲ୍ମରେ କାମ କରିଛନ୍ତି ।

ଏକାଠି ଫିଲ୍ମରେ କାମ କରିବା ପରେ ରାଜ କପୁର ଏବଂ ନର୍ଗିସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ନର୍ଗିସଙ୍କୁ ଦିନେ ନଦେଖିଲେ ପାଗଳ ହୋଇଯାଉଥିଲେ ଶୋ’ମ୍ୟାନ । ପ୍ରଥମ ଦେଖାରୁ ହିଁ ନର୍ଗିସଙ୍କ ପ୍ରେମରେ ପଡିଥିବା ରାଜ କପୁର କିନ୍ତୁ ପୂର୍ବରୁ ବିବାହିତ ଥିଲେ । ତଥାପି ନର୍ଗିସଙ୍କୁ ବିବାହ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ।  ଦୀର୍ଘ ୯ ବର୍ଷ ଧରି ରାଜ ଏବଂ ନର୍ଗିସଙ୍କ ଅଫେଆର ଚାଲିଥିଲା । କିନ୍ତୁ ଦୁହିଁଙ୍କ ଏହି ପ୍ରେମ ସଫଳ ହୋଇପାରି ନଥିଲା । ରାଜ କପୁର ମଧ୍ୟ ତାଙ୍କ ପ୍ରତିଶ୍ରୁତି ପୂରଣ କରିପାରି ନଥିଲେ । ଶେଷରେ ୧୯୫୬ ମସିହାରେ ଉଭୟ ଅଲଗା ହୋଇଯାଇଥିଲେ । ପରେ ୧୯୫୮ ମସିହାରେ ସୁନୀଲ ଦତ୍ତଙ୍କୁ ନର୍ଗିସ ବିବାହ କରିନେଇଥିଲେ । ସେ ସମୟରେ ରାଜ କପୁରଙ୍କୁ ନର୍ଗିସଙ୍କ ବିବାହ ଖବର ଅତ୍ୟନ୍ତ ଆଘାତ ଦେଇଥିଲା । ଏପରିକି ନର୍ଗିସଙ୍କ ବିବାହ ଖବର ଶୁଣି ନିଜ ଦେହରେ ସିଗାରେଟ ଚେଙ୍କ ମଧ୍ୟ ଦେଇଥିଲେ ରାଜ କପୁର।

The post ନର୍ଗିସଙ୍କ ପ୍ରେମରେ ପାଗଳ ଥିଲେ ଶୋ’ ମ୍ୟାନ୍ appeared first on Odisha Reporter.



from Odisha Reporter https://ift.tt/3qNZln3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages