କରୋନାର ନୂଆ ଷ୍ଟ୍ରେନ ନେଇପାରେ ଅଧିକ ଜୀବନ: ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

କରୋନାର ନୂଆ ଷ୍ଟ୍ରେନ ନେଇପାରେ ଅଧିକ ଜୀବନ: ରିପୋର୍ଟ

ଲଣ୍ଡନ: ବ୍ରିଟେରେ ଠାବ ହୋଇଥିବା କରୋନାର ନୂଆ ରୂପ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସୁଛି। ଏବେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଏହା ସଂକ୍ରମିତ କରିବା ପାଇଁ ଅଧିକ ୫୬% କ୍ଷମତା ରଖିଛି। ଏହାଦ୍ୱାରା ଅଧିକ ଜୀବନ ମଧ୍ୟ ଯାଇପାରେ। ଏହାକୁ ରୋକିବାକୁ ହେଲେ ଯଥାଶୀଘ୍ର ଟିକାର ବ୍ୟବସ୍ଥା କରିବାକୁ ପଡ଼ବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।

ନଭେମ୍ବର ମାସରେ ଦକ୍ଷିଣ ଇଂଲଣ୍ଡରେ ପ୍ରଥମେ କରୋନାର ନୂଆ ରୂପ ଚିହ୍ନଟ ହୋଇଥିଲା। କରୋନାର ଏହି ନୂଆ ଷ୍ଟ୍ରେନ ଦ୍ୱାରା ଖୁବକମ ସମୟରେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଓ ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ୁଛି। ଆଗକୁ ଏହା ଆହୁରି ମାରାତ୍ମକ ରୂପ ଧାରଣ କରିପାରେ।

ସେହିପରି ଆସନ୍ତା ବର୍ଷ ଠାରୁ ବ୍ରିଟେନରେ କୋଭିଡ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଥିବା ଲଣ୍ଡନ ସ୍କୁଲ ଅଫ ହାଇଜିନ୍‌ ଆଣ୍ଡ ଟ୍ରପିକାଲ ମେଡିସନ୍‌ରେ Centre for Mathematical Modelling of Infectious Diseases ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି।

ସଂସ୍ଥା ପକ୍ଷରୁ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଥିଲା। ଏମାନେ ଗବେଷଣା କରି ଏଭଳି ନିର୍ଯାସରେ ପହଞ୍ଚିଥିବା କୁହାଯାଇଛି। ଗବେଷକମାନେ ଏବେ ବି ଦକ୍ଷିଣ ପୂର୍ବ ଇଂଲଣ୍ଡ ଓ ଲଣ୍ଡନ ଉପରେ ଫୋକସ କରିଛନ୍ତି। କରୋନାର ନୂଆ ରୂପ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ଧାରଣ କରିବ କି ନାହିଁ, ତା’ ଉପରେ ଅଧିକ ଗବେଷଣା କରାଯାଉଥିବା ବିଶେଷଜ୍ଞ ଟିମ୍‌ କହିଛି।

ରିପୋର୍ଟରେ କୁହାଯାଇଛି ଯେ ନୂଆ ଷ୍ଟ୍ରେନ ଦ୍ରୁତଗତିରେ ସଂକ୍ରମଣ କରୁଥିବାରୁ କରୋନା ମାମଲା ତଦ୍‌ନୁଯାୟୀ ବଢ଼ିବ। ମାମଲା ବଢ଼ିଲେ ହସ୍ପିଟାଲରେ ଅଧିକ ସଂଖ୍ୟକ ଲୋକ ମଧ୍ୟ ଭର୍ତ୍ତି ହେବେ। ସେହିପରି ଯଦି ଆମେ ଏହାକୁ ରୋକିବା ପାଇଁ ପଦକ୍ଷେପ ନ ନେବା, ତା’ହେଲେ ୨୦୨୦ରେ ଆକଳନ କରାଯାଇଥିବା ମୃତ୍ୟୁସଂଖ୍ୟା ତୁଳନାରେ ୨୦୨୧ରେ ଅଧିକ ଲୋକ ପ୍ରାଣ ହରାଇ ପାରନ୍ତି।

The post କରୋନାର ନୂଆ ଷ୍ଟ୍ରେନ ନେଇପାରେ ଅଧିକ ଜୀବନ: ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3mOGPb1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages