ନୀଳଗିରି (ବିଶ୍ୱମ୍ଭର ଦାସ): ବାଲେଶ୍ୱର କୁଳଡିହା ଅଭୟାରଣ୍ୟରେ ହରିଣ ମାରିଲା କିଏ? ବାଘ ନା ଶିକାରୀ। କ୍ଷତବିକ୍ଷତ ହରିଣର ମୃତଦେହ ରଖି ଦୁଇ ଦିନ ଜଗିବା ପରେ ମଧ୍ୟ ବନ ବିଭାଗ ନିରାଶ ହୋଇଛି। ତେବେ ଏହା ବାଘର ଶିକାର ବୋଲି ଅନୁମାନ କରାଯାଉଛି।
କିଛିଦିନ ତଳେ କୁଳଡିହା ଅଭୟାରଣ୍ୟର ଯୋଡ଼ାଚୁଆ ଡାକବଙ୍ଗଳା ନିକଟରେ ଏକ ମୃତ କ୍ଷତାକ୍ତ ହରିଣ ପଡ଼ିଥିବା ବନବିଭାଗ ଦେଖିବାକୁ ପାଇଥିଲେ। ହରିଣକୁ ବାଘ ଆକ୍ରମଣ କରିଥିବା ଅନୁମାନ କରାଯାଉଥିଲା। ଏହା ସତ୍ୟାସତ ଜାଣିବା ପାଇଁ ସେହି ସ୍ଥାନରେ କ୍ୟାମେରା ସହ ପାଦଚିହ୍ନ ଉପର ନଜର ରଖିଥିଲା ବନ ବିଭାଗ। ଦୁଇଦିନ ଜଗିଲା ପରେ ମଧ୍ୟ ସେଠାକୁ ବାଘ କି ବାଘୁଣୀ କେହି ଆସିନଥିଲେ। ଶେଷରେ ହରିଣଟିକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। କେଉଁ ପରିସ୍ଥିତିରେ ହରିଣର ମୃତ୍ୟୁ ହେଲା ତାହା ଉପରେ ନଜର ରଖାଯାଇଛି ବୋଲି କୁଳଡିହା ରେଞ୍ଜର କହିଛନ୍ତି।
The post କୁଳଡିହାରେ ହରିଣକୁ ମାରିଲା କିଏ? ବାଘ ନା ଶିକାରୀ appeared first on Odisha Reporter.
from Odisha Reporter https://ift.tt/2WfGDGL
No comments:
Post a Comment