କ୍ୟାନସରରେ ଚାଲିଗଲା ୧୭ ବର୍ଷର ପୁଅ, ଦୁଃଖ ସହିନପାରି ବିଷ ପିଇ ଦେଲା ପୂରା ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

କ୍ୟାନସରରେ ଚାଲିଗଲା ୧୭ ବର୍ଷର ପୁଅ, ଦୁଃଖ ସହିନପାରି ବିଷ ପିଇ ଦେଲା ପୂରା ପରିବାର

ଚେନ୍ନାଇ: ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲନାଡୁର ସାଲେମ ସହରର ପୋନ୍ନାମେଟାମ ଅଞ୍ଚଳରେ ଗୋଟିଏ ପରିବାର ଏଭଳି ଚରମ ନିଷ୍ପତ୍ତି ନେଇଛି। ମୃତ ବ୍ୟକ୍ତିମାନେ ହେଲେ ଭି ମୁରୁଗାନ୍ (୩୮), ତାଙ୍କ ପତ୍ନୀ ଗୋକିଲା (୩୫) ଏବଂ ଦୁଇ ପୁଅ କାର୍ତ୍ତିକ (୧୨) ଏବଂ ବସନ୍ତ କୁମାର (୧୫) ବୋଲି ଜଣାପଡିଛି।

ପଡୋଶୀ ମୁରୁଗାନଙ୍କ ଘରକୁ ଆସିଥିଲେ। ଏହି ସମୟରେ କବାଟ ବନ୍ଦ ରହିଥିଲା। ଡାକିବା ପରେ ବି କେହି କବାଟ ଖୋଲିନଥିଲେ। ଏହାପରେ ପୁଲିସ ଆସି ଘଟଣାର ତଦନ୍ତ କରିଥିଲା।

ଡେପୁଟି କମିଶନର ଚନ୍ଦ୍ରଶେଖରନ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଆରମ୍ଭ କରିଥିଲେ। କବାଟ ଭାଙ୍ଗି ପୁଲିସ ଅଧିକାରୀ ଘରେ ପଶିଥିଲେ। ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ତେବେ ମୃତକଙ୍କ ପାଖରୁ କୌଣସି ସୁଇସାଇଡାଲ ନୋଟ୍ ମିଳିନାହିଁ।

ପୁଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କର ତିନୋଟି ସନ୍ତାନ ଅଛନ୍ତି। ସମସ୍ତେ ପୁଅ। ତାଙ୍କର ବଡ ପୁଅ ୧୭ ବର୍ଷ ବୟସ୍କା ମାଧବନ କୁମାର ବୋଲି ଜଣାପଡିଛି। ଯିଏକି ପ୍ରାୟ ତିନିମାସ ପୂର୍ବରୁ କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ସେବେଠାରୁ ପରିବାର ଲୋକେ ଅବସାଦରେ ଥିଲେ। ତେଣୁ ମଦନଙ୍କ ମୃତ୍ୟୁ ପରେ ପରିବାରର ଚାରିଜଣ ସଦସ୍ୟ କୀଟନାଶକ ପିଇଥିବା ପୁଲିସ ଅଧିକାରୀ ସନ୍ଦେହ କରୁଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

The post କ୍ୟାନସରରେ ଚାଲିଗଲା ୧୭ ବର୍ଷର ପୁଅ, ଦୁଃଖ ସହିନପାରି ବିଷ ପିଇ ଦେଲା ପୂରା ପରିବାର appeared first on Odisha Reporter.



from Odisha Reporter https://ift.tt/36W7oX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages