ଧରାପୃଷ୍ଟରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ଧରାପୃଷ୍ଟରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଧରାପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ ।  କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ସରାଗ ଏଥର ନ ଥିଲା।  ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ସଂଖ୍ୟକ ଲୋକଙ୍କୁ ନେଇ ଉତ୍ସବ ପାଳନ ହୋଇଛି । ସେହିପରି କରୋନା କଟକଣା ଥିବାରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି।

ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କନ୍ଧମାଳ, ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି ।

କୋଭିଡ କଟକଣା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ଗାଇଡ଼ଲାଇନକୁ ମାନି ଫୁଲବାଣୀସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉତ୍ସବ ଏବଂ ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀମାନେ । ଚର୍ଚ୍ଚରେ ୫୦ ଜଣ ଭିତରେ ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ୱାଗତ କରିବା ସହିତ ପ୍ରଭୁଙ୍କ ଉପାସନା ଏବଂ ଆଶୀର୍ବାଦ କାମନା କରିଛନ୍ତି ।  ଦୁନିଆକୁ କରୋନା ମୁକ୍ତ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀ ।

The post ଧରାପୃଷ୍ଟରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ appeared first on Odisha Reporter.



from Odisha Reporter https://ift.tt/2JjVb5t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages