୬ଟି ଜାଗାରେ ଭିଜିଲାନ୍ସର ୪୦ ଜଣିଆ ଟିମ୍‌ର ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 14, 2020

୬ଟି ଜାଗାରେ ଭିଜିଲାନ୍ସର ୪୦ ଜଣିଆ ଟିମ୍‌ର ଚଢ଼ଉ

ସୁନ୍ଦରଗଡ (ବିଜୟ ବରୁଆ): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍‌ ନାରାୟଣଙ୍କ ଘର ସମେତ ଏକ କାଳୀନ ୬ ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ ନଗଦ ଦେଢ଼ ଲକ୍ଷରୁ ଅଧିକ ଟଙ୍କା, ବିଭିନ୍ନ ବ୍ୟାକଙ୍କର ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ଼, କିଣାଯାଇଥିବା ସୁନା ଅଳଙ୍କର ବିଲ୍‌ ଜବତ ହୋଇଛି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି।

ଭିଜିଲାନ୍ସ ଟିମ୍‌ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୋଳ ଟାଉନ, ଦେବଗଡ଼ ଜିଲ୍ଲାରେ ଥିବା ଭାଇ ଘର,  ଦେବଗଡ଼ ଜିଲ୍ଲା ରିଆମାଲ ପୈତୃକ ଘରେ ଏକ କାଳୀନ ଚଢ଼ଉ ଜାରି ରଖିଛି। ଏହି ସମୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ସହକାରୀ ଯନ୍ତ୍ରୀଙ୍କ ଦେବଗଡ଼ର କେନ୍ଦୁଘାଟରେ 16 ଏକର ଜମିର ଫର୍ମହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କା ମୂଲ୍ୟ ଜମି, ଭୁବନେଶ୍ୱର ଜଟଣୀରେ ଜମି ଓ ଦେବଗଡ଼ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଚଢ଼ଉ ଜାରି ରହିଛି।

ପୂର୍ବରୁ ଏହି ବାବୁଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ସୋହେଲାରେ ଚାକିରି କରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିଥିଲା।

The post ୬ଟି ଜାଗାରେ ଭିଜିଲାନ୍ସର ୪୦ ଜଣିଆ ଟିମ୍‌ର ଚଢ଼ଉ appeared first on Odisha Reporter.



from Odisha Reporter https://ift.tt/2K2Qux2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages