ପାରାଦୀପ(ରମାକାନ୍ତ ନାୟକ): ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଦେଢ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଦିନ ମଜୁରିଆଙ୍କ ଫଟୋ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି । ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ ।
ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି । ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସଟି ଠକେଇ କରିଥିବା ଜଣାପଡିଛି । ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ପରେ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି ।
ବିଜ୍ଞାନଙ୍କ ନାଁରେ ଗତ ଅଗଷ୍ଟ ମାସରୁ ଏଯାଏ ହୋଇଛି ବ୍ୟବସାୟିକ କାରବାର । ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ କରାଯାଇଛି ବ୍ୟବସାୟ । କମ୍ପାନୀ ମାଲିକଙ୍କ ଠିକଣା ପାରାଦୀପରେ ରହିଥିବା ବେଳେ ବ୍ୟବସାୟିକ କାରବାର ହୋଇଛି ଭୁବନେଶ୍ୱରରେ ।
ଏଭଳି ଠକେଇରେ ୨ ଜଣ ହୋଇଛନ୍ତି ଶିକାର। ଭୁବନେଶ୍ୱରର ବିଜୟ ବଡ଼ଜେନାଙ୍କୁ ଘର ମାଲିକ ଭାବେ ଦର୍ଶାଯାଇ ବିଜ୍ଞାନ ସ୍ୱାଇଁଙ୍କ ସହ କରାଯାଇଛି ଏଗ୍ରିମେଣ୍ଟ । ସେହିପରି ବିଜ୍ଞାନ ସ୍ୱାଇଁଙ୍କ ପାନ୍ କାର୍ଡ ଓ ଫଟୋ ବ୍ୟବହାର କରାଯାଇଛି ।
ଏବେ ଦିନ ମଜୁରିଆ ବିଜ୍ଞାନ ମୁଣ୍ଡରେ ହାତ ଦେଇଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଥିବା କହିଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ ।
The post ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସଟି ଠକେଇ appeared first on Odisha Reporter.
from Odisha Reporter https://ift.tt/36G5wl2
No comments:
Post a Comment