ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ଦୀର୍ଘ ଦିନ ଧରି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ସ୍ମିଥ୍ ଏବେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମର କ୍ୟାପଟେନ୍ କେନ୍ ୱିଲିୟମସନ୍ ରାଙ୍କିଙ୍ଗର ଶୀର୍ଷ ସ୍ଥାନକୁ ଉଠିଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳି ସ୍ୱଦେଶ ଫେରିଯାଇଥିବା କୋହଲି ଆଇସିସି ରାଙ୍କିଙ୍ଗର ୨ୟ ସ୍ଥାନରେ ସୁରକ୍ଷିତ ରହିଛନ୍ତି।
🇦🇺 Mitchell Starc enters top five
🇮🇳 R Ashwin jumps to No.7
🇮🇳 Jasprit Bumrah becomes No.9Latest update in the @MRFWorldwide ICC Test Rankings 👉 https://t.co/OMjjVwOboH pic.twitter.com/RLU1nMpfoV
— ICC (@ICC) December 31, 2020
ମେଲବର୍ଣ୍ଣ ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନର ଶତକୀୟ ଇନିଂସ୍ ଖେଳିଥିବା ରାହାଣେ ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍-୧୦ରେ ପ୍ରବେଶ କରିଛନ୍ତି। ରାହାଣେ ଏକାଥରକେ ୫ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଭାରତ ବିପକ୍ଷ ସିରିଜରେ ଲଗାତର ଖରାପ ପ୍ରଦର୍ଶନ କରିଥିବା ସ୍ମିଥ୍ ଦୁଇଟି ସ୍ଥାନ ହରାଇଛନ୍ତି। ୱିଲିୟମସନଙ୍କୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ମାରିବାର ଉପହାର ମିଳିଛି। ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ମଧ୍ୟ ଦୁଇଟି ସ୍ଥାନ ହରାଇ ଦଶମରେ ପହଞ୍ଚିଛନ୍ତି।
We have a new No.1, folks!
⬆️ Kane Williamson rises to the top
⬆️ Ajinkya Rahane jumps to No.6Latest update in the @MRFWorldwide ICC Test Rankings 👉 https://t.co/OMjjVwOboH pic.twitter.com/rhmfe8jpUd
— ICC (@ICC) December 31, 2020
ବୋଲିଂରେ ଭାରତର ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ଫାଇଦା ହୋଇଛି। ଅଶ୍ୱିନ୍ ଦୁଇଟି ସ୍ଥାନ ଉଠି ସପ୍ତମରେ ପହଞ୍ଚିଥିବା ବେଳେ ବୁମ୍ରାଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ନବମ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଷ୍ଟାର୍ ପେସର୍ ପ୍ୟାଟ୍ କମିନ୍ସ ପୂର୍ବଭଳି ନିଜର ଶୀଷୋ ସ୍ଥାନ କାଏମ ରଖିଥିବା ବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ୨ୟରେ ବଳବତ୍ତର ରହିଛନ୍ତି। ତେବେ ଅଷ୍ଟ୍ରେଲିଆର ଯୁବ ପେସ୍ ବୋଲର ଜୋଶ୍ ହେଜଲଉଡ ତିନୋଟି ସ୍ଥାନ ଖସି ଅଷ୍ଟମରେ ପହଞ୍ଚିଥିବା ବେଳେ ମିଚେଲ୍ ଷ୍ଟାର୍କ ଦୁଇଟି ସ୍ଥାନ ଉଠି ପଞ୍ଚମରେ ପହଞ୍ଚି ଯାଇଛନ୍ତି।
The post ଟେଷ୍ଟ ରାଙ୍କିଙ୍ଗ୍ରେ ରାହାଣେଙ୍କୁ ବଡ଼ ଫାଇଦା, ପ୍ରଥମଥର ଶୀର୍ଷରେ ୱିଲିୟମସନ୍ appeared first on Odisha Reporter.
from Odisha Reporter https://ift.tt/2Me7QYA
No comments:
Post a Comment