ଭୋପାଲ: ମାତ୍ର ୨୦୦ ଟଙ୍କା ଦେଇ ଗୋଟିଏ ଜମିକୁ ଲିଜରେ ନେଇଥିଲେ ଚାଷୀ ଲକ୍ଷଣ ଯାଦବ। କିନ୍ତୁ ଉକ୍ତ ଜମି ତାଙ୍କୁ ରାତାରାତି ଲକ୍ଷପତି ବନାଇ ଦେଇଛି। ଆପଣ ଏହା ପଢ଼ି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ମଧ୍ୟପ୍ରଦେଶର ପାନ୍ନାରେ ଚାଷୀ ଲକ୍ଷଣଙ୍କ ସହ ଏମିତି ଘଟଣା ଘଟିଛି।
୪୫ ବର୍ଷୀୟ ଲକ୍ଷଣ ଯାଦବ ମାସକ ତଳେ ଗୋଟିଏ ଛୋଟିଆ ଜମିକୁ ୨୦୦ ଟଙ୍କାରେ ଲିଜରେ ନେଇଥିଲେ। ତେବେ ଜମି ଖୋଳିବା ବେଳେ ତାଙ୍କୁ ୧୪.୯୮ କାରଟର ହୀରା ମିଳିଥିଲା। ଏହାକୁ ପାଇ ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସରକାରୀ ନିୟମ ଅନୁସାରେ ସେ ଏହାକୁ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାର ନିଲାମ କରାଯାଇଥିଲା। ନିଲାମ ବେଳେ ଏହା ୬୦.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ଅର୍ଥ ପ୍ରଶାସନ ପକ୍ଷରୁ ଲକ୍ଷଣଙ୍କୁ ଦିଆଯାଇଛି।
ଯାଦବ କହିଛନ୍ତି, ଏହା ମୋ ଜୀବନର ମୋଡ଼ ବଦଳାଇ ଦେଇଛି। ମୁଁ ମାଟି ଖୋଳିବା ବେଳେ ପଥର ଓ ବାଲି ମିଳିଥିଲା। କିନ୍ତୁ ହଠାତ୍ ଏକ ଭିନ୍ନ ଧରଣର ଜିନିଷ ଉପରେ ମୋ ନଜର ପଡ଼ିଥିଲା। ତୁରନ୍ତ ଏହାକୁ ମୁଁ ଉଠାଇ ଆଣି ସଫା କରିଥିଲି।
ସଫା କରିବା ପରେ ମୁଁ ଏହାକୁ ଜିଲ୍ଲା ପ୍ରଶାସନ ପାଖକୁ ନେଇଥିଲି। ସେଠାରେ ଏହା ଗୋଟିଏ ହୀରା ଖଣ୍ଡ ବୋଲି ଜାଣିବାକୁ ପାଇଥିଲି। ହୀରାର ନିଲାମରୁ ମିଳିଥିବା ଅର୍ଥରେ ମୁଁ କିଛି ବଡ଼ ଜିନିଷ କିଣିବି ନାହିଁ।
ମୁଁ ଅଧିକ ପାଠପଢ଼ିନି। କିନ୍ତୁ ଏହି ଟଙ୍କାକୁ ମୁଁ ଫିକ୍ସଡ ଡିପୋଜିଟ୍ କରିବି। ଏହାଦ୍ୱାରା ମୋର ୪ ପିଲା ପାଠପଢ଼ିପାରିବେ। ଏବେ ମୁଁ ଏହି ଜମିକୁ ଆହୁରି ଖୋଳିବି। ମୋର ଆଶା ଏହି ଜମିରୁ ମୋତେ ଆଉ କିଛି ହୀରା ମିଳିବ ବୋଲି ସେ କହିଛନ୍ତି।
The post ଚାଷୀଙ୍କୁ ଲକ୍ଷପତି କରିଦେଲା ୨୦୦ ଟଙ୍କିଆ ଜମି appeared first on Odisha Reporter.
from Odisha Reporter https://ift.tt/2JWOg1M
No comments:
Post a Comment