ଆଠଗଡ଼(ନିଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ଗତକାଲି ଲକ୍ଷେ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ୩ ଦୁର୍ବୃତ୍ତ ଲକ୍ଷେ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗୁଳି ମାଡ଼ର ଶିକାର ହୋଇଥିବା ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜଙ୍କ ଅବସ୍ଥା ଗୁରୁତର ଅଛି।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କିତିଶ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗୁଳି କରିଥିଲେ। କିତିଶ ତଳେ ପଡିଯିବାରୁ ଟଙ୍କା ଦୁର୍ବୃତ୍ତମାନେ ବ୍ୟାଗ ଧରି ଫେରାର ହୋଇଯାଇଥିଲେ ।
କିତିଶଙ୍କଠାରୁ ଖବର ପାଇ ତାଙ୍କ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆଠଗଡ ମେଡିକାଲ ଏବଂ ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଆଠଗଡ ପୁଲିସ୍ ପହଞ୍ଚି ତନାଘନା ଚଳାଇଛି ।
The post ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି ମାଡ଼, ଲୁଟିନେଲେ ଲକ୍ଷେ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3nkhvuc
No comments:
Post a Comment